ads

Breaking News

ବନ ବିଭାଗ ଅଗ୍ନି ସ୍ମାର୍ଡ କର୍ମଚାରୀ ନିଆଁ ଲିଭାଇବାକୁ ଯାଇ ସାପ କାମୁଡାରେ ଗୁରୁତର



ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳର ବାଇବାଲି ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଉଥିଲା । ଜଙ୍ଗଲ ଭିତରକୁ ଯାଇଥିବା ଜଣେ ବନ ଅଗ୍ନି ସ୍ମାର୍ଡ କର୍ମଚାରୀ ସାପ କାମୁଡାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ବାଇବାଲି ଜଙ୍ଗଲ ଭାଗ ୨ରେ ନିଆଁ ଲାଗିଥିବା ଖବର ପାଇ ବନପାଳ କାହ୍ନୁ ଖଟେଇଙ୍କ ନେତୃତ୍ବରେ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରକୁ ଯାଇ ୪ ଭାଗରେ ବିଭକ୍ତ ‌ହୋଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଏହି ସମୟରେ ନାରଙ୍ଗିପଲ୍ଲୀ ଗ୍ରାମର ସ୍କ୍ବାର୍ଡ  କର୍ମଚାରୀ ଲୋଚନ ପ୍ରଧାନ(୨୯)କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀ ମାନେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବ‌େଳେ ଡିଏଫ୍‌ଓ ସୁଦର୍ଶନ ବେହେରା ମେଡିକାଲ୍‌ ଯାଇ ତାର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୩/୨୦୨୩----୧୦,୧୦ Sakhigopal News,5/3/2023

ads

Blog Archive