ads

Breaking News

ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ଗୋବରା ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ


ଭଞ୍ଜନଗର---ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ଗୋବରା ଠାରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯାଳୟ ତରଫରୁ 34 ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପ୍ରଶାନ୍ତ କୁମାର ନାୟକ ଅଧକ୍ଷ ବେଲଗୁଣ୍ଠା ପଞ୍ଚାୟତ ସମିତି ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କରାଇଥିଲେ ।ସମ୍ମାନିତ ଅତିଥି ଶ୍ରୀ ଭାଗିରଥି ନାୟକ ଯାନବାହାନ ନିରୀକ୍ଷକ ଭଞ୍ଜନଗର ସଡ଼କ ସୁରକ୍ଷା ବିଷୟରେ ଆଲୋକ ପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ପଞ୍ଚାନନ ପାଳ ସାଂସଦ ପ୍ରତିନିଧି ଏନ. ଏ. ସି. ଭଞ୍ଜନଗର,ସଂଯୋଜକ ତଥା ବରିଷ୍ଠ ସମାଜ ସେବି ଶ୍ରୀ ଶୁଳପାଣି ଶତପଥି ସଂଯୋଜନା ଦାୟିତ୍ୱ ସମ୍ପାଦନ କରିଥିଲେ ।ସମ୍ମାନିତ ଅତିଥି ଶ୍ରୀମତୀ ସୁପ୍ରଭା ନାୟକ ସରପଞ୍ଚ ଗୋବରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ବିଭୁ ପାଦ ଜେନା, ସମ୍ମାନିତ ଅତିଥି ଶ୍ରୀ ରାମେଶ୍ୱର ପାତ୍ର ସରପଞ୍ଚ ବଡ଼ବୋରସିଂ ଗ୍ରାମପଞ୍ଚାୟତ,ବିଦ୍ୟାଳୟ ସଭାପତି ଶ୍ରୀ କୁଞ୍ଜ ବିହାରୀ ନାୟକ,,ସମ୍ମାନିତ ଅତିଥି ପକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ରୀ ବିଦେଶୀ ସାହୁ ବରଗାଁ, ସମ୍ମାନିତ ଅତିଥି ଶ୍ରୀମତୀ  ରଶ୍ମିତା ସାହୁ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବରଗାଁଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କୁ ଭିଡିଓ ମାଧ୍ୟମରେ ସଡ଼କ ସୁରକ୍ଷା ନିମନ୍ତେ ବିଭିନ୍ନ ସିନେମା ପ୍ରଦର୍ଶନ କରିଥିଲେ ।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ କରାଯାଇଥିଲା । ପରେ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ଗୋବରାର ପ୍ରଧାନ ଗୁରୁଜୀ ଶ୍ରୀ ବାବୁ ବେହେରା ଧନ୍ୟବାଦ ପ୍ରଦାନ କରି ସଭା କାର୍ଯ୍ୟ ସମାପ୍ତ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧/୨୦୨୩---୮,୩୦ Sakhigopal News,15/1/2023

ads

Blog Archive

Popular Posts