ads

Breaking News

ସାକ୍ଷୀଗୋପାଳକୃଷି ଫାର୍ମ ପରିସରରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ



 ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ କୃଷି ଫାର୍ମ ପରିସରରେ ଏକ କୃଷି ଯନ୍ତ୍ରପାତି ପଦର୍ଶନ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ମହିଳା ଗୋଷ୍ଠୀ ମାନଙ୍କୁ ପାଇଁ ଧାନ, ଅଟା କଳ ସହିତ ବିଭିନ୍ନ କୃଷିଯନ୍ତ ପାତି କିଣିଲେ ପ୍ରାୟ ୭୫ଭାଗ ଛାଡ ପାଇ ପାରିବେ । ସେହିପରି ହରିଜନ , ଆଦିବାସୀ ଓ ସର୍ବସାଧାରଣ ମହିଳା କୃଷିଯନ୍ତ୍ର ପାତି କିଣିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ୫୦ ଭାଗ ଛାଡ କରିଛନ୍ତି । ଅନ୍ୟ ପକ୍ଷେ ଏହି ମେଳାରୁ ସାଧାରଣ ପରୁଷ କୃଷିଯନ୍ତ୍ରପାତି କିଣିଲେ ସେମାନଙ୍କ ପାଇଁ ୪୦ ଭାଗ ଛାଡର ବନ୍ଦୋବସ୍ଥ ରହିଛି ।  ଆଜିର ବିଜ୍ଞାନ ଯୁଗରେ ନୂତନ ପ୍ରଦ୍ଧତି ଅନୁଯାୟୀ ନୂତନ ଜ୍ଞାନ କୌଶଳରେ ର୍ନିମିତ ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରଦର୍ଶନିକୁ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କୃଷି ଜିଲ୍ଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ବ୍ଳକ କୃଷି ଅଧିକାରୀ କଳ୍ୟାଣ କୁମାର ରାୟ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ,ବିଟିଏମ ସୋଲେଶ କୁମାର ଦାଶ,  ଗ୍ରାମ୍ୟ କୃଷି ମହିଳା କର୍ମଚାରୀ ନିବେଦିତା ଦ୍ୱିବେଦୀ , ମହିଳା ନେତ୍ରୀ ଯମୁନା ଅପା ପ୍ରମୁଖ କୃଷି କର୍ମଚାରୀ  ଓ ବିଭିନ୍ନ ଡିଲର ମାନଙ୍କ ଉପସ୍ଥିତିରେ ପ୍ରଦର୍ଶନୀ କରାଯାଇଥିଲା । ଏହି କୃଷିଯନ୍ତ୍ରପାତି କିଣିବା ପାଇଁ ମହିଳା ଗୋଷ୍ଠୀ ବା ବ୍ୟକ୍ତି ବିଶେଷ ମାନେ ବ୍ୟାଙ୍କ ଋୁଣ କରି ପାରିବେ ।  ବିଶେଷ କରି ଏହି କୃଷି ଯନ୍ତ୍ର ପାତି  ପ୍ରଦର୍ଶନି ମେଳାରେ  ମହିଳା ମାନଙ୍କର ଭିଡ ପରିଲକ୍ଷିତ ହୋଇଥିବାର ଦେଖାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୩   

  Sakhigopal News , 17/1/2023

ads

Blog Archive

Popular Posts