ads

Breaking News

ଅଭାବ ନିୟ ଘଟଣା, ରାଇସ ମିଲ ରେ କାମ କରୁଥିବା ବେଳେ ଦୁଇ ଶ୍ରମିକ ମୃତ

,


 ନୟାଗଡ଼--- ନୟାଗଡ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂ ଗ୍ରାମର ରାମେଶ୍ୱର ଦିହୁଡ଼ି (୨୨) ଓ କଟକ ଜିଲ୍ଲା ବଡ଼ମ୍ବା- ନରସିଂହପୁରର ପ୍ରମୋଦ ମହାରଣା(୨୩)।
ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା କନ୍ୟାକୁମାରୀ ସୁବୁଦ୍ଧିଙ୍କ(୩୪)ଙ୍କର ମା ମଙ୍ଗଳା ଆଗ୍ରୋ କମ୍ପାନୀରେ ରାତି ଡ୍ୟୁଟି ଥିବାରୁ ୪ ଜଣ ଶ୍ରମିକ ବିଚିତ୍ର ବେହେରା, ପ୍ରମୋଦ ମହାରଣା,ରାମେଶ୍ୱର ଦିହୁଡି, ମନୋଜ କୁମାର ପ୍ରଧାନ କାମ କରୁଥିଲେ। ସୋମବାର ସକାଳ ୬ ଘଟିକା ୪୫ ମିନିଟ ସମୟରେ ୨୦ ଫୁଟ ଲମ୍ବା ବିଶିଷ୍ଟ ଚାଉଳ ଷ୍ଟୋର (ବିନି)ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ୱର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା।ଅନ୍ୟ ଦୁଇ ଜଣ ଦୂରକୁ ଛିଟିକି ପଡ଼ିଥିଲେ।ପରେ ସାଥି ମାନେ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଞ୍ଚି ମାମଲାର ତନାଘନା ଆରମ୍ଭ କରିଛି।ପରିବାରବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ ପ୍ରମୋଦ ମହାରଣା ୧୨ ମାସ ହେବ ଉକ୍ତ ରାଇସମିଲରେ କାମ କରୁଥିବାବେଳେ ରାମେଶ୍ୱର ୨ ମାସ ହେବ କାମ କରୁଥିଲା।ଇତି ମଧ୍ୟରେ ପ୍ରମୋଦ ଜଣେ ମେକାନିକ ହୋଇଥିବାରୁ ୨୦ ଫୁଟ ରାଇସ ଷ୍ଟୋରଟିକୁ ନିଜେ ତିଆରି କରିଥିବା ସୂଚନା ମିଳିଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୬/୧/୨୦୨୩---୧୧,୪୦ Sakhigopal News,16/1/2023

ads

Blog Archive

Popular Posts