ads

Breaking News

୧୦୨ ଗ୍ରାମ ଧଳାଜହର ଜବତ, ମହିଳା କୋର୍ଟ ଚାଲାଣ


ଡେଲାଙ୍ଗ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଡେଲାଙ୍ଗ ଥାନା ଅଧୀନରେ ଥିବା ପୁରୁଣା ଡେଲାଙ୍ଗ ଗୁଣ୍ଡୁଚି ପାଟଣାରେ ଚଢ଼ାଉ କରିଥିଲେ । ଉକ୍ତ ମହିଳା ଯାହାଙ୍କ ନାମ ଜ୍ୟୋସ୍ନାରାଣୀ ପରିଡା ,ବୟସ -35ବର୍ଷଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ 102 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ ହୋଇଛି। ଏବଂ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ -38/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ମହିଳାଙ୍କୁ । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 10,20,000/-ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ଶୀଧେଶ୍ବର ମଲ୍ଲିକ, ASI ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର,ଗୀତାଞ୍ଜଳି ବେହେରା, ସନ୍ତୋଷ ନାଏକ ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ ପଣ୍ଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୭/୮/୨୦୨୨---୮,୧୦ Sakhigopal News,27/8/2022

ads

Blog Archive

Popular Posts