ads

Breaking News

ୟୁ.ବି ହାଇସ୍କୁଲରେ ପୋଷାକ ବିତରଣ ଉତ୍ସବ



ଭଞ୍ଜନଗର--  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ୟୁ ବି ହାଇସ୍କୁଲରେ ପୋଷାକ ବିତରଣ  ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ,ଶିକ୍ଷା ଅଧିକାର ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୁନୀତା ଦାସ ସରକାର ଙ୍କ ଦ୍ଵାରା ପ୍ରାୟୋଜିତ ସଂପୃକ୍ତ କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପରେ ସମସ୍ତ  ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ମିନତି ବିଷୋୟୀ, ଜ୍ୟୋତ୍ସ୍ନା ରାଣୀ ନାୟକଙ୍କ ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ   ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବା ସହ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୨---୫,୨୦  Sakhigopal News,27/8/2022

ads

Blog Archive

Popular Posts