ads

Breaking News

ଶିକ୍ଷିତ ହେବା ଜରୁରୀ ନୂହେଁ, ସଂସ୍କାରୀ ହେବା ଜରୁରୀ


ବରଗଡ଼ ---ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ରେ ସଭାପତିତ୍ବ କରିଥିଲେ, ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡା। ମୁଖ୍ୟ ଅତିଥି ଭାବେ ରାଜ୍ଯ ବିଜୁଜନତା ଦଳ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ ଡାଃ ଛାୟାକାନ୍ତ ଷଡଙ୍ଗୀ, ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ, +୨ ଅଧିକାରୀ ଡଃ ଅମୃତା ସାମନ୍ତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପ୍ରଥମେ ମହାବିଦ୍ୟାଳୟ ପ୍ରତିଷ୍ଠାତା ସ୍ଵର୍ଗତ ବ୍ରଜମୋହନ ପଣ୍ଡା ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନଙ୍କ  ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ। ବକ୍ତା ମାନେ ସ୍ଵର୍ଗତ ବ୍ରଜମୋହନ ପଣ୍ଡା ଙ୍କ ଶିକ୍ଷାପ୍ରତି, ଶରତ ପୂଜାରୀ ଙ୍କ ପ୍ରତିଷ୍ଠିତ ଜୀବନ ଓ ଶ୍ରୀକୃଷ୍ନ ଜନ୍ମାଷ୍ଟମୀ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସଭ୍ୟତା, ଶିକ୍ଷିତ ସମାଜ କିପରି ଶିକ୍ଷା କୁ ବ୍ୟବସାୟ କରଣ କରି ପ୍ରଚାର ଓ ପ୍ରସାର ଦିଗରେ ଲାଗିଛନ୍ତି। ତାକୁ ଅନୁଧ୍ୟାନ କରି କ୍ଷୋଭପ୍ରକାଶ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ରେ ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ କର୍ମଚାରୀ, ଅଧ୍ୟାପିକା, ଅଧ୍ୟାପକ, ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଜିଲ୍ଳା ପରିଷଦ ସଭ୍ଯ, ସ୍ତାନୀୟ ଜନ ପ୍ରତିନିଧି, ଶିକ୍ଷାବିତ୍, ଶିକ୍ଷାପ୍ରେମୀ, ସାହିିତ୍ଯପ୍ରେମୀ ଲରମ୍ଭା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିପ୍ରମୁଖ ଯୋଗ ଦାନ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟାପକ,  ଅଧ୍ୟାପିକା,  ଛାତ୍ର ଛାତ୍ରୀ ଓ  କର୍ମଚାରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ଡାଃ ଶାନ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୮/୨୦୨୨---୮,୪୦   Sakhigopal News,19/8/2022

ads

Blog Archive

Popular Posts