ads

Breaking News

ବନ୍ୟା ପାଣି ରେ ମାକଳାପାଟ ମନ୍ଦିରରେ ଫଶି ରହିଥିବା ସଦାଶିବ ବାବାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ




ନୟଗଡ----   ନୟାଗଡ ଜିଲା ଗଣିଆ ବ୍ଲକର ଛାମୁଣ୍ଡିଆ ଠାରେ ଥିବା ମଣିଭଦ୍ରା ପାହାଡ଼ ପାଦଦେଶରେ ଥିବା ମା କଳାପାଟ ଠାକୁରାଣୀଙ୍କ ପୀଠରେ ଦୀର୍ଘ ୪ଦିନ ଧରି ବନ୍ୟା ଜଳରେ ଫଶି ରହିଥିବା ସଦାଶିବ ବାବାଙ୍କୁ ଉଦ୍ଧାର କରିଛନ୍ତି ଗଣିଆ ଏବଂ ଭଦ୍ରକରୁ ଆସିଥିବା ଅଗ୍ନିଶମ ବିଭାଗ କର୍ମଚାରୀ । ସଦାଶିବ ବାବା ମା କଳାପାଟ ଠାକୁରାଣୀଙ୍କ ପୀଠରେ ଦୀର୍ଘ ୧୦ ବର୍ଷ ଧରି ରହି ଆସୁଥିଲେ । ତେବେ ଅଚାନକ ବନ୍ୟା ପାଣି ମାଡି ଆସିବାରୁ ସେ ସେଠାରୁ ଆସି ପାରିନଥିଲେ । ତେବେ ଗୁରୁବାର ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ରାଜେଶ ଚୈହ୍ବାନ ଏବଂ ଚିନ୍ମୟ ବାରିକ ବୋଟ୍ ସାହାଯ୍ୟରେ ସେଠାରେ ପହଞ୍ଚି ପାଣିରେ ପଶି ବାବାଙ୍କୁ ଖୋଜିଥିଲେ । ତେବେ ସେମାନେ ବାବାଙ୍କୁ ଉଦ୍ଧାର କରି ଗଣିଆ ମେଡିକାଲରେ  ଭର୍ତ୍ତି କରିଛନ୍ତି । ୪ଦିନ ହେବ ଠିକରେ ଖିଆପିଆ ନଥିବାରୁ ବାବା ଜଣଙ୍କ ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଚିକିତ୍ସା କରାଯାଇଥିଲା । ସେ ଏବେ ସୁସ୍ଥ ଥିବା ଜଣାପଡିଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୮/୨୦୨୨ ---୧୧,୫୦   Sakhigopal News,19/8/2022

ads

Blog Archive

Popular Posts