ads

Breaking News

ତାଲା ଭାଙ୍ଗି ଟଙ୍କା ସହ ସୁନା ଲୁଟିନେଲେ ଲୁଟେରା




ଓଡ଼ଗାଁ---- ରାତିରେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ଘର ତାଲା ଭାଙ୍ଗି ନଗଦ ୩୫ ହଜାର ସମେତ ସୁନା ଅଳଙ୍କାର ଲୁଟ ହୋଇଥିବା ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମରେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଲୁଟେରାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରିନାହିଁ । ଅଭିଯୋଗ ଅନୁଯାୟୀ କୁରୁମବାଙ୍କତରା ଗ୍ରାମର ମୂଷା ସାହୁ ପ୍ରତିଦିନ ଭଳି ସପରିବାର ନିଜର ଆଉ ଏକ ଘରକୁ ରାତ୍ରି ପ୍ରାୟ ୧୧ ଘଟିକା ପରେ ଶୋଇବାକୁ ଯାଇଥିଲେ। ଶନିବାର ସକାଳ ୫ ଘଟିକା ୩୦ ମିନିଟ ସମୟରେ ମୂଷା ସାହୁ ଫେରିବା ପରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ଘର ତାଲା ଭାଙ୍ଗି ଘରେ ପଶିବା ସହ କାନ୍ଥ ଆଲମୀରାର ପ୍ଲାଷ୍ଟିକ ଡବା ମଧ୍ୟରେ ଥିବା ସୁନା ଚେନ ୧ଟି,ସୁନାର ମୁଦି ୨ ଗୋଟି,କାନର ଝୁମ୍ପିଫୁଲ ଓ ଆମ୍ବକଷି ମାଲ ହଳେ ସମେତ ନଗଦ ୩୫ ହଜାର ଟଙ୍କା ଚୋରି କରିଥିବା ନେଇଥିବା ଜଣାପଡିଛି। ଅନ୍ୟ କିଛି ଉପାୟ ନ ପାଇଁ ଓଡ଼ଗାଁ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ। ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ,୨୧/୮/୨୦୨୨--୧୦,୩୦ Sakhigopal News,21/8/2022

ads

Blog Archive

Popular Posts