ads

Breaking News

ବରକେରା ଗ୍ରାମ ଜଳବନ୍ଦୀ , ରିଲିଫ ଯୋଗାଣରେ ପାତରଅନ୍ତର

 
  ଡେଲାଙ୍ଗ---     ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଚଳିତ ବନ୍ୟାରେ ଜଳବନ୍ଦୀରେ ରହିଛି। ଉପରମୁଣ୍ଡରେ ଜଳସ୍ତର କମିଥିବାବେଳେ ବରକେରା ଗ୍ରାମରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବନ୍ୟାରେ ଗ୍ରାମର ପ୍ରାୟ ତିନିଶହ ହେକ୍ଟର ଚାଷଜମି ଫସଲ ନଷ୍ଟ ହୋଇଯାଇଛି। ସେଥିରେ ଧାନ ଫସଲ ବ୍ୟତିତ ପନିପରିବା ଚାଷ ଯଥା ବାଇଗଣ,ପୋଟଳ, ଭେଣ୍ଡି, ଝୁଡୁଙ୍ଗ, ଲଙ୍କା, ଅମୃତଭଣ୍ଡା, ଜହ୍ନି,କାକୁଡି ପ୍ରଭୃତି ଫସଲ ନଷ୍ଟ ହେବା ସହିତ ୧୫୦ ଗୋଟି ପୋଖରୀର ମାଛ ଚାଷ ନଷ୍ଟ ହୋଇ ଯାଇଛି। ଏତଦ୍ ବ୍ୟତୀତ କୁକୁଡା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୋଟିଏ ଦିନ ପାଇଁ ଚୁଡା ଗୁଡ ମିଳିଥିଲା। ରିଲିଫ ଯୋଗାଣରେ ପାତରଅନ୍ତର କରାଯାଉଛି ବୋଲି ଅଭିଯୋଗ ହୋଇଛି।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୮/୨୦୨୨---୮,୨୦, Sakhigopal News,24/8/2022

ads

Blog Archive

Popular Posts