ads

Breaking News

ଲଗାଣ ବର୍ଷାରେ ଭୁଷୁଡ଼ିଲା ପଞ୍ଚାୟତ ପମ୍ପ ହାଉସ୍ ପାଚେରୀ




ଓଡ଼ଗାଁ ----- ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତର ପମ୍ପ ହାଉସ୍ ପାଚେରୀ ଗତ ଲଗାଣ ବର୍ଷାରେ  ଭୁଷୁଡ଼ି ପଡିଛି। ଲଗାଣ ବର୍ଷା ଲାଗି ରହିଥିବା ଫଳରେ ମାଟି ଭିଜି ଏବଂ ପାଚେରୀ ଦୁର୍ବଳ ହୋଇପଡିବା କାରଣରୁ ଗୋଟିଏ ପାର୍ଶ୍ୱ ଭୁଷୁଡ଼ି ପଡିଛି। ଏହି ପମ୍ପ ହାଉସ୍ ପାଣ୍ଡେରିପଡା ପଞ୍ଚାୟତ- ପନ୍ତିଖାରୀ କୁ ସଂଯୋଗ କରୁଥିବା କୁସୁମୀ ନଦୀ କୁ ଲାଗି ଅବସ୍ଥିତ, ତେଣୁ ପ୍ରଚଣ୍ଡ ବନ୍ୟାଜଳର ସୁଅ ଏବଂ ଦୁର୍ବଳ ପାଚେରୀ ହେତୁ ଏହା ଭୁଷୁଡ଼ି ପଡିଥିବା ଅନୁମାନ କରାଯାଉଛି। 
                      ତେବେ ଉକ୍ତ ପମ୍ପ ହାଉସର ଅନ୍ୟ ପାର୍ଶ୍ୱରେ ଥିବା ପାଚେରୀ ଗୁଡିକରେ ଅନେକ ସ୍ଥାନରେ ବଡବଡ ଫାଟ ସବୁ ଦେଖା ଗଲାଣି। ତେଣୁ କେଉଁ ମୁହୁର୍ତ୍ତରେ ମଧ୍ଯ ପମ୍ପ ହାଉସ୍ ଚାରିପାଖରେ ଥିବା ସମସ୍ତ ପାଚେରୀ ଭୁଷୁଡ଼ି ପଡିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ବଡ଼ କଥା ହେଲା ପାଚେରୀ ଭୁଷୁଡ଼ିବା  ସହିତ ମାଟି ଖାଇ ପମ୍ପ ହାଉସ୍ ମେଜିଆ ମଧ୍ଯ ପରିଦ୍ରୁଶ୍ୟ ହେଲାଣି । ଯଦି ବେଳ ଥାଉଥାଉ ଏହି ପାଚେରୀ ପୁଣି ନୂତନ ଭାବେ ନିର୍ମାଣ କରାନଯାଏ ଏବଂ ପମ୍ପ ହାଉସ୍ ଘର ମୂଳରେ ଶକ୍ତ ମାଟିର ମରାମତି କରାନଯାଏ  ପୁଣି ଲଗାଣ ବର୍ଷା ହେଲେ ଏହି ପମ୍ପ ହାଉସ୍ ଏବଂ ଏହାର ପାଚେରୀ ସମ୍ପୁର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।। 

ଓଡ଼ଗାଁ :- ଦିଲ୍ଲୀପ କୁମାର ବିଶୋଇ, ରିପୋର୍ଟ
ତା:- ୧୮/୮/୨୨ ----୯,୧୦ 
 Sakhigopal News,18/8/2022

ads

Blog Archive

Popular Posts