ads

Breaking News

ସି. ପି. ଆଇ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ସମ୍ମିଳନୀ ଉଦଘାଟିତ


ଭଞ୍ଜନଗର--- ପଞ୍ଚଭୂତି ଠାରେ ସି. ପି. ଆଇ ର ଆଞ୍ଚଳିକ ସମ୍ମିଳନୀ ପଞ୍ଚଭୂତି ରାଜୀବ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ଜିଲ୍ଲାସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର । ସମ୍ମିଳନୀ ଆରମ୍ଭରେ ପାର୍ଟିର ଲାଲଝାଣ୍ଡା କୁ ଉତ୍ତୋଳନ କରିଥିଲେ ବୟୋଜ୍ୟେଷ୍ଟ ସାଥୀ ଅଭିମନ୍ୟୁ ନାଇକ । ଆଞ୍ଚଳିକ ସମ୍ପାଦକ ବିପ୍ର ଚରଣ ନାୟକ ଙ୍କ ପ୍ରସ୍ତାବକ୍ରମେ ପଞ୍ଚଭୁତି ଶାଖା ସମ୍ପାଦକ ତଥା ଗ୍ରାମ ପଂଚାୟତ ସରପଞ୍ଚ ଶ୍ୟାମଘନ ସେଠି ସଭାପତିତ୍ବ କରିଥିଲେ । ସଭା ଆରମ୍ଭରେ ବର୍ଷିଆନ କମ୍ୟୁନିଷ୍ଟ ନେତା ବରିଷ୍ଠ ଆଇନ ଜୀବୀ ସୋମନାଥ ନାୟକ ଉଦବୋଧନ ଦେଇ କହିଥିଲେ ପଞ୍ଚଭୂତି ଦିନେ କମ୍ମ୍ୟୁନିଷ୍ଟ ପାର୍ଟିର ଦୁର୍ଗଭାବେ ପରିଚିତ ଥିଲା। ବହୁ ବାଧା ବିଘ୍ନ ଭିତରେ ସେଇ ଭିତ୍ତିଭୂମିକୁ ସାଥୀ ମାଧବ ନାୟକ, ଶ୍ୟାମଘନ ସେଠି, କୃଷ୍ଣ ନାଇକ ଓ଼ଗେର ପୁରୁଣା ସାଥୀ ମାନେ ବଜାୟ ରଖି ଛନ୍ତି ।ସୂର୍ଯ୍ୟ ପ୍ରଧାନ ଙ୍କ ଶ୍ରୀମତୀ ଓ ବାସନ୍ତୀ ନାୟକ ଙ୍କ ପରି ନାରୀନେତ୍ରୀ ମାନେ ମଧ୍ୟ ଲାଲ ଝାଣ୍ଡା କୁ ଉତ୍ତୋଳିତ କରି ରଖି ପାର୍ଟିର ଇଜ୍ଜତ କୁ ରକ୍ଷା କରିଛନ୍ତି । ସେମାନଙ୍କୁ ଏ ଅବସରରେ ଲାଲ ସଲାମ ଜଣାଉଛି । କରଡ଼ା ବଣି ର ସମ୍ପାଦକ ମାଙ୍କୁ ନାଇକ, ସିଂଗିପୁରୁ ସାଥୀ ପବିତ୍ର ନାଇକ, ଚଢିଆପଲ୍ଲୀ ସାଥୀ ସୁବାସ ନାୟକ, ଗୟାଗଣ୍ଡା ର ସୁରେନ୍ଦ୍ର ପଟ୍ଟନାୟକ ନିଜ ନିଜ ଶାଖା ର ପ୍ରତିନିଧି ମାନଙ୍କୁ ଧରି ଉପସ୍ଥିତ ଥିଲେ । ଜିଲ୍ଲା ସମ୍ପାଦକ ଆନ୍ତର୍ଜାତିକ, ଜାତୀୟ ତଥା ରାଜ୍ୟ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଉଦବୋଧନ ଦେଇ ପାର୍ଟି ସାଥୀ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଅଖିଳ ଭାରତ ଯୁବସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠି ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କହିଥିଲେ ଅଂଚଳର ଯୁବକ ମାନଙ୍କୁ ସ୍ଥାନୀୟ ଦାବୀ ହାସଲ ପାଇଁ ଆନ୍ଦୋଳନ ଭିତରକୁ ଟାଣି ଆଣିଲେ ସେମାନେ ପାର୍ଟିର ଆଦର୍ଶ ପ୍ରତି ଆକର୍ଷିତ ହେବେ।  ଜିଲ୍ଲା ସମ୍ମିଳନୀ ପାଇଁ ପ୍ରତିନିଧି ନିର୍ବାଚିତ ହେବାପରେ ସମ୍ମିଳନୀ ଉଦ ଯାପିତ ହୋଇଥିଲା । ଅଂଚଳ ସମ୍ପାଦକ ବିପ୍ରଚରଣ ନାୟକ ସମବେତ ପ୍ରତି ନିଧି ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୮/୨୦୨୨----୯,୨୫ Sakhigopal News,26/8/2022

ads

Blog Archive

Popular Posts