ads

Breaking News

ପଥର ,ବାଲି ଟ୍ରକ ନେଇ ଢ଼ଲେଇ ରାସ୍ତା ଭାଙ୍ଗି ଦେଲେ; ବିରୋଧ କରିବାରୁ ୱାର୍ଡ ସଭ୍ୟଙ୍କୁ ହତ୍ୟାଧମକ


 ସାକ୍ଷୀଗୋପାଳ------ ସାକ୍ଷୀଗୋପାଳରେ ଦିନକୁ ଦିନ ଚୋରା ପଥର ଓ ବାଲି ଟ୍ରକ, ଟ୍ରାକ୍ଟର ମାନଙ୍କର ଏବେ ରାଜୁତି ଚାଲିଛି । ପୁଲିସ ଧରାଧରି କରିବାରୁ ରାତି ଅଧରେ ଏବଂ ଭୋର ସମୟରେ ଏହି ଗାଡି ମାଲିକ ମାନଙ୍କର ଦାଦା ଗିରି ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି ।  ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ୩ନଂୱାର୍ଡରେ କିଛି ଦିନ ହେବ ଜନୈକ ବ୍ୟକ୍ତି ବଡ ଟ୍ରକରେ ପଥର ଲଗାତର ବୋହିବାରୁ ପଞ୍ଚାୟତ ଢ଼ଳେଇ ରାସ୍ତାଟି ଦବି ଯିବା ସହ ଫାଟି ଗଲା । ଉକ୍ତ ବ୍ୟକ୍ତିଙ୍କୁ ବଡ ଗାଡି ନ ଆଣି ଛୋଟ ଗାଡିରେ ପଥର ଆଣିବା ପାଇଁ କହିବାରୁ ଜୈନ୍ୟକ ବ୍ୟକ୍ତିଙ୍କ ସହିତ ଗାଡି ମାଲିକଙ୍କ ପୁଅ ୱାର୍ଡ ସଭ୍ୟଙ୍କୁ ଗାଲି ଗୁଳଜ କରିବା ସହ ଗାଡି ଚଡାଇ ହତ୍ୟା କରିବ ବୋଲି ଧମକ ଦେଇଥିବା ନେଇ ୱାର୍ଡସଭ୍ୟ ରୁପରାଜ ବେହେରା ସତ୍ୟବାଦୀ ଥାନା ଓ ପିପିଲି ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଉକ୍ତ ଗାଡି ସବୁଦିନ ପଥର ଆଣିବା ସହ ଧମକ ଦେଉଥିବା ଶ୍ରୀ ବେହେରା କହିଛନ୍ତି । ତୁରନ୍ତ ଗାଡି ଜବତ କରିବା ସହ ଗ୍ରାମ ରାସ୍ତା ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡ ସଭ୍ୟ ପୁରୀ ଜିଲ୍ଲାପାଳ ଓ ଲସପିଙ୍କୁ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧----୬,୪୦

ads

Blog Archive

Popular Posts