ads

Breaking News

ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟ ସ୍ତରୀୟ ଭଜନ




ଭୁବନେଶ୍ବର ----ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୃଙ୍କର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ଭଜନ  ସମାରୋହ ୩୨ ବର୍ଷ ପାଳନ କରିବାକୁ ଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ
ସୂଚନା ଦିଆଯାଇଛି । ଅନୁଷ୍ଠାନର ନୂଆ ଲିଙ୍ଗରାଜ ମାର୍କେଟ ୩ୟ ମହଲାର ଲାଇବ୍ରେରୀ ହଲଠାରେ
ଅନୁଷ୍ଠିତ ସମ୍ମିଳନୀରେ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓ
ସମ୍ପାଦକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ୩୨ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅନୁଷ୍ଠାନ
ପକ୍ଷରୁ ମହାସମାରୋହରେ ଅଧ୍ୟକ ଜାକଜମକରେ ପାଳନ ହେବ । ମୁମ୍ବାଇର ଖ୍ୟାତନାମା କଳାକାର
ସ୍ଵଦେଶ ଭୁଲେ, ଅନୁମଲିକ ଓ ତାଙ୍କ ଟିମ୍ ଓ ଏଥ ସହ ଅନୁରାଧା ପଡ଼ୱାଲ, କବିତା ପଢ଼ୱାଲ, ସ୍ମତି ମିଶ୍ର
ସହିତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ ରୁ ଉଦ୍ଧ ଖ୍ୟାତନାମା କଳାକାର
ଯୋଗଦେବେ ।
ମହାଶିବରାତ୍ରୀ ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ,ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସଂନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ସମାରୋହହେବ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୯/୩/୨୦୨୧-----୩,୩୦

ads

Blog Archive