ads

Breaking News

ପାନୀୟ ଜଳ ପ୍ରକଳ୍ପକୁ ବିରୋଧର ପ୍ରତିବାଦ ବ୍ଲକ ଓ ଥାନା ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ


କୁଜଙ୍ଗ---- ପାନୀୟ ଜଳ ପ୍ରକଳ୍ପ କୁ ବିରୋଧ କରି ପ୍ରତିବାଦ କଲେ ମହିଳାମାନେ ।  କୁଜଙ୍ଗ ବ୍ଲକ ଅଧିନ ମଙ୍ଗରାଜପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି ।ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପିପିଏଲ ପକ୍ଷରୁ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ କେତେକ ରାଜନୈତିକ ଗୋଷ୍ଠୀ ଏହି ପ୍ରକଳ୍ପ ଗୃହ କୁ ତାଲା ପକାଇ ରଖିଛନ୍ତି।ତେବେ ଏହିପ୍ରକାର କାର୍ଯ୍ୟ କଳାପ କୁ ମହିଳା ମାନେ କଙ୍ଗାରୁ  କୋର୍ଟ କହିବା ସହିତ ଏହାର ପ୍ରତିବାଦ କରିଛନ୍ତି।ଆଜି ଗ୍ରାମ ର ମହିଳା ମାନେ ଗରା ଧରି ବ୍ଲକ ଓ ଥାନା ପରିସର ମଧ୍ୟରେ ପ୍ରତିବାଦ କରିବା ସହ ପାନୀୟ ଜଳ ଯୋଗାଇଦେବାକୁ ଦାବି କରିବା ସହ ଗ୍ରାମରେ ମନମାନି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ସ୍ଥାନୀୟ ବିଡ଼ିଓ ଙ୍କୁ ମହିଳା ମାନେ ଅଭିଯୋଗ କରିଥିବା ବେଳେ ଆସନ୍ତା2 ଦିନ ମଧ୍ୟରେ ଘଟଣା ର ସମାଧାନ କରାଯାଇ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ବିକ୍ଷୋଭ ରୁ ଓହରି ଥିଲେ । ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ,୫/୩/୨୦୨୧-----୬,୪୫

ads

Blog Archive

Popular Posts