ads

Breaking News

କଂଗ୍ରେସର ପଞ୍ଚାୟତ ସ୍ତରୀୟ ସଭାପତି ନିଯୁକ୍ତି



 ବରଗଡ଼---- ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ପଞ୍ଚାୟତ କମିଟି ର ସଭାପତି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି। ପପଙ୍ଗା ପଞ୍ଚାୟତ ର ସୂର୍ଯ୍ୟ କୁମାର ହୋତା, ମହୁଲପାଲି ରୁ ବିଷ୍ନୁ ଭକ୍ତ ସାହୁ, ଅରେଗୁଡି ରୁ ନିତ୍ୟାନନ୍ଦ ସୁନା ଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ଆର୍ତ୍ତତ୍ରାଣ ତ୍ରିପାଠୀ, ବିଶ୍ଵଜିତ ହୋତା, ଦୋଳଗୋବିନ୍ଦ ବେହେରା, ଗୋବିନ୍ଦ ସାହୁ, ମାଧବ ସାହୁ, ସାଗର କମ୍ପ,ଜଳ କ୍ଷେତି, ସୁରେନ୍ଦ୍ର କମ୍ପ, ରଙ୍କ ମଣି ବାଗ, ପଂଚା ପଏନା ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ କଂଗ୍ରେସ କମିଟି ସଭାପତି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମ ରୁ ଆସିଥିବା କଂଗ୍ରେସ କର୍ମୀ ମାନେ ଅଂଶଗ୍ରହଣ କରିଥିଲେ।
ସାକ୍ଷୀଗୋପାଳ ନିଉଜ୍ : - ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧୦/୩/୨୦୨୧----୯,୦୦

ads

Blog Archive