ads

Breaking News

ସ୍ଵର୍ଗଦ୍ଵାର ଠାରୁ ଶରଧାବାଲି ରାସ୍ତାରେ ଅଧିକ ପରିଶ୍ରାଗର ନିର୍ମାଣ ପାଇଁ ଦାବି କଲା ଆମେ ଶ୍ରୀକ୍ଷେତ୍ର ବାସୀ ଅନୁଷ୍ଠାନ

 
ପୁରୀ ----ପୁରୀ ସହରର ସବୁଠାରୁ ଜନଗହଳପୂର୍ଣ୍ଣ ରାସ୍ତା ହଉଛି ଶରଧାବାଲି ଠାରୁ ସ୍ଵର୍ଗଦ୍ଵାର। ଶ୍ରୀକ୍ଷେତ୍ର କୁ ଆସୁଥିବା ସମସ୍ତ ଯାତ୍ରୀ ଏହି ରାସ୍ତା ଦେଇ ଚଳପ୍ରଚଳ ବି କରନ୍ତି। ହଜାର ହଜାର ବ୍ୟବସାୟୀ ଏହି ରାସ୍ତା ମଧ୍ୟରେ ବେପାର କରି ପେଟ ପୋଷୁଛନ୍ତି। ସଂପୃକ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ ପରିଶ୍ରାଗାର ନଥିବାରୁ, ପ୍ରତିଦିନ ସହସ୍ରାଧିକ ଯାତ୍ରୀ ଦାରୁଣ ଯନ୍ତ୍ରଣା ଭୋଗୁଛନ୍ତି । ଶରଧାବାଲି ଠାରୁ ଶ୍ରୀମନ୍ଦିର ପବିତ୍ର ବଡଦାଣ୍ଡର ସଂଲଗ୍ନ ରାସ୍ତା ସବୁକୁ ଲୋକେ ମୁକ୍ତାକାଶ ପରିଶ୍ରାଗର ଭାବେ ବ୍ୟବହାର କରନ୍ତି। ରାଣୀ ନହର ଓ ରାଜା ନହର ମଝି ରାସ୍ତା ଏହାର ଜ୍ୱଳନ୍ତ ଉଦାହରଣ।     କାକୁଡି ଖାଇ ଛକ ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ, ବାଲିସାହି ତଥା ଉଆଁସ ଦାଣ୍ଡ ପ୍ରାୟ ଦେଢ଼ କିମି ରାସ୍ତାରେ ଗୋଟିଏ ମଧ୍ୟ ଶୌଚାଳୟ ନାହିଁ। ଏଣୁ  ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ସମେତ ଲୋକେ ଏଠାରେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ମହିଳା ପର୍ଯ୍ୟଟକଙ୍କ ବିକଳ ଆଖିରେ ନଦେଖିଲେ ହୃଦୟଙ୍ଗମ କରି ହେବନି। ଏଣୁ ସଂପୃକ୍ତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଆବଶ୍ୟକ ସଂଖ୍ୟାରେ ପୁରୁଷ ଓ ମହିଳା ପରିଶ୍ରଗାର କରିବାକୁ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଯଶୋବନ୍ତ ପାତ୍ର,ଜିତେନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ର ସାହୁ, ହରେକୃଷ୍ଣ ସାହୁ, ଶରତ ଚନ୍ଦ୍ର ସାହୁ, ମାନସ ରଥ, ମଦନ ପାଢୀଙ୍କ ସମେତ "ଆମେ ଶ୍ରୀକ୍ଷେତ୍ର ବାସୀ"ଙ୍କ ପକ୍ଷରୁ ଆଜିର ବଡଦାଣ୍ଡ ସେବା କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କୁ ଲିଖିତ ଆକାରରେ ଅନୁରୋଧ କରାଯାଇଛି। 
ପୁରୀ ରୁ ଧୀରେନ୍ଦ୍ର ସେନାପତି,୧୪/୩/୨୦୨୧ , ୧୦,୨୦

ads

Blog Archive

Popular Posts