ads

Breaking News

ରେଳ ଧାରଣା କଡରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ

 ଡେଲାଙ୍ଗ----ଡେଲାଙ୍ଗ ଜଗଦଳପୁର ନିକଟସ୍ଥ  ରେଳ ଧାରଣା କଡରେ ଥିବା ଏକ ଜଙ୍ଗଲରେ ଆଜି ଅପରାହ୍ନରେ  ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବଡ ବଡ ଗଛ, ବାଉଁଶ ବୁଦା ଏହି ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ନେତୃତ୍ୱରେ ହାବିଲଦାର ଜୟରାମ ସାହୁ, ରାମଚନ୍ଦ୍ର ସାହୁ, ଆଗ୍ନିକ ବିକାଶ କୁମାର ଧିର, ଶ୍ରୀନିବାସ ସାହୁ, ସାରଦା ପ୍ରସାଦ ଜେନା, ପ୍ରଭାକର ଦାସ ପ୍ରମୁଖ ସଦଳବଳେ ଦମକଳ ସହ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ  । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୧----୧୦,୩୭

ads

Blog Archive

Popular Posts