ads

Breaking News

ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମହତାବ ଉଚ୍ଚ ବିଦ୍ୟାଳୟ ସମ୍ମାନୀତ


 ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ  ମହତାବ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ଜନସଚେତନତା କରି ବେଶ ସଫଜତା ପାଇଛନ୍ତି । ବିଶେଷ କରି ବିଦ୍ୟାଳୟର ଏନସିସି, ସ୍କାଉଟର ପିଲା ମାନେ କୋଭିଡ କଟକଣା ସମୟରେ ଲୋକମାନଙ୍କୁ ର‌୍ୟାଲି ମାଧ୍ୟମରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ, ବନ୍ୟା ସମୟରେ ଲୋକଙ୍କ ପାଖରେ ରିଲିଫ ବଣ୍ଟନ ସହିତ ବିଭିନ୍ନ ସାମାଜିକ  କାମରେ ବ୍ଳକ ପ୍ରଶାସନକୁ ସହଯୋଗ କରିଥାନ୍ତି । ଏକ କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲୀପ କୁମାର ଷଢ଼ଙ୍ଗୀ ମାନପତ୍ର  ବିଦ୍ୟାଳୟର କ୍ରୀଡାଶିକ୍ଷକ ନଟବର ସେଠୀ ଅନ୍ୟ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୫୮

ads

Blog Archive

Popular Posts