ads

Breaking News

ସତ୍ୟବାଦୀରେ ଛେଳି ଚୋର ପୁଣି ମାତିଲେ ; ଗୋଟିଏ ରାତିରେ ୩ଟି ପରିବାରୁ ୧୧ଟି ଛୋଳି ଚୋରି

  ସାକ୍ଷୀଗୋପାଳ ----- ସତ୍ୟବାଦୀରେ କିଛି ଦିନ ପରେ ଏବେ ପୁଣି ଛେଳି ଚୋର ଆତଙ୍କ ସୃଷ୍ଟି କରିଛନ୍ତି ।  ଗୋଟିଏ ରାତିରେ ତିନୋଟି ପରିବାରରୁ ୧୧ଟିଛେଳି ଚୋରି ହୋଇଥିବା  ଜଣାପଡିଛି । ସୁଚନା ଯୋଗ୍ୟ ଯେ ରବିବାର ବିଳମ୍ବିତ ରାତିରେ ବଳପୁର ଗ୍ରାମ ଗପଞ୍ଚାୟତର ଆନନ୍ଦପୁର ଗ୍ରାମର  ସାଗର ଦାସଙ୍କ ଗୁହାଳ ଘରୁ ୩ଟି ଓ ରାମ ବେହେରାଙ୍କ ଘରୁ ୪ଟି ଛେଳି ଦୁବୃର୍ତ୍ତ ମାନେ ନେଇଯାଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି ବରାଳ ଗ୍ରାମର ଭିକାରୀ ଭୋଇଙ୍କର ୪ଟି ଛେଳି ଚୋରି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଦୁବୃର୍ତ୍ତ ମାନେ ରାହଜାନୀ, ମୋବାଇଲି ଲଟୁରା ମାନେ କିଛି ଦିନ ପାଇଁ ଏହି କାର୍ଯ୍ୟକୁ ସ୍ଥଗିତ ରଖି ଦେଇ ଛେଳି ମେଣ୍ଢା ଚାଷ କରିଥିବା ଗରିବ ଲୋକଙ୍କର ଛେଳି ଚୋରି କରି ବିକ୍ରୟ କରି ଦେଉଛନ୍ତି ବୋଲି ଜନସାଧାରଣରେ ବେଶ ଆଲେଚନା ହେଉଛି । ଯାହାକି ପୋଲିସ ଏମାନଙ୍କର ଟେର ପାଉନାହିଁ । ସତ୍ୟବାଦୀ ବ୍ଳକରେ ଏହି ଗ୍ୟାଙ୍ଗ ବିଭିନ୍ନ ଛକ ମାନଙ୍କରେ ଆଡା ଜମାଇବା ସହ ନିଶା ବେପାର କରୁଥିବା ଜନସାଧାରଣରେ ଆଲେଚନା ହେଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୧----୪,୫୫

ads

Blog Archive

Popular Posts