ads

Breaking News

ପୋଲିସ ଭ୍ୟାନ ଜାଳିଲେ ଉତ୍ୟକ୍ତ ଗ୍ରାମବାସୀ


 ଯାଜପୁର - ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନର୍ଗତ ଭର୍ତ୍ତପୁର ପଞ୍ଚାୟତର  ପଣଶୁଦ୍ଧା  ଗ୍ରାମ ରେ ଦୁଇ ଘୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟିଛି । ସେଠାକୁ ଯାଇ ଥିବା ୪ ଜଣ ପୋଲିସ କର୍ମଚାରୀ ଙ୍କୁ ବାନ୍ଧିବା ସହିତ ଦୁଇ ପୋଲିସ ଗାଡି ପୋଡି ଦେଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ମିଳିଥିବା ସୂଚନା ମୁତାବକ ଭର୍ତପୁର ଗ୍ରାମରେ ପୂର୍ବରୁ ଦୁଇ ଘୋଷ୍ଠି ମଧ୍ୟରେ ଗ୍ରାମର ଉନୟନ ମୂଳକ କାର୍ଯ୍ୟକୁ ନେଇ ଆସନ୍ତୋଷ ଲାଗିରହିଥିଲା ‌। ଭଗବତ ଗାଦି କୁ ନେଇ ଆଜି ଉକ୍ତ ବିବାଦ ଉଗ୍ର ରୂପ ନେବା  ପରେ ଆରମ୍ଭ ହୋଇଥିଲା ମାରପିଟ । ଘଟଣା ସମ୍ପର୍କ ରେ ଖବର ପାଇଁ ବାଲିଚନ୍ଦ୍ରପୁର ପୋଲିସ ଟିମ ପହଞ୍ଚିଥିଲା ।  ଉତ୍ତକ୍ତ୍ୟ ଲୋକମାନେ ପୋଲିସ କର୍ମଚାରୀ ଙ୍କୁ ଅଟକ ରଖିଥିଲେ । ଏହି ଖବର  ପାଇ ଅନ୍ୟ ଏକ ଗାଡ଼ିରେ ଆଉ ଅଧିକ କର୍ମଚାରୀ ପହଞ୍ଚିବା ପରେ ସେମାନେ ମଧ୍ୟ ଉତ୍ତକ୍ତ୍ୟ ଲୋକଙ୍କର ଆକ୍ରମଣର ଶିକାର ହୋଇଛନ୍ତି । ଗ୍ରାମବାସୀ ମାନେ ପୋଲିସ ଗାଡ଼ି ଦୁଇ ଟିରେ ନିଆଁ ଲଗେଇ ଦେଇଥିଲେ । ଘଟଣା ଘଟିବା ପରେ ସେଠାରେ ଏକ ପ୍ଲାଟୁନ ପୋଲିସ ମୂର୍ତ୍ତୟନ କରାଯାଇଥିଲା ବେଳେ  ଯାଜପୁର ଏସପି ରାହୁଲ ପି ଆର ଓ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ପହଁଞ୍ଚି ତଦନ୍ତ ଜାରି   । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପୋଲିସ ଫୋର୍ସ ମୃତୟନ ଅଛନ୍ତି । ଏହି ଘଟଣା ରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ। ଏ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ  ସ୍ଥିତି ସ୍ବଭାବିକ ରହିଛି। ଯାଜପୁର ରୁ ଶିବକେତନ ମହାନ୍ତି,୭/୩/୨୦୨୧----୧୨,୫୦

ads

Blog Archive