ବରିଷ୍ଠ ନାଗରିକ ମାନଙ୍କୁ ସତ୍ୟବାଦୀରେ ପ୍ରଥମ କରି କୋଭିଡ ଟୀକା ପ୍ରଦାନ
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ୨୧୬ପୁରୁଷ ଓ ମହିଳା ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଟୀକାନେବା ପାଇଁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିଲା । ଲମ୍ବା ଲାଇନି ଲଗାଇ ନିଜର ପ୍ରମାଣ ପତ୍ର ଦେଖାଇ ନାମ ପଞ୍ଜୀକରଣ କରିବା ସହ ଟୀକା ନେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱଜିତି ମିଶ୍ରଙ୍କ ତତ୍ୱବଧାନରେ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସରୋଜିନି ଦେବୀ, ର୍ପାମାସିଷ୍ଟ ସୁରେଶ କୁମାର ନନ୍ଦ ଓ ବିପିଏମ ଜ୍ୟୋତି ରଞ୍ଜନ ଶତପଥୀ ପ୍ରମୁଖ ସ୍ୱାସ୍ଥ୍ୟକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଅଳଗୁମ, ଶୁକଳ, ପାଣିଛତ୍ର ଓ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ଟୀକା କରଣ କରାଯିବାର ବନ୍ଦୋବସ୍ଥ କରାଯାଇଛି ବୋଲି ମେଡିକାଲ ଇନିଚାର୍ଯ୍ୟ ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୪୦




