ସତ୍ୟବାଦୀରେ ପଞ୍ଚାୟତରାଜ ଦିବସରେ ଗୋଟିପୁଅ ନୃତ୍ୟୁ ମନ ମୋହିଲା
ସାକ୍ଷୀଗୋପାଳ ---- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାର କୋଭିଡ-୧୯ ଆଇନ ଅନୁଯାୟୀ ପ୍ରତି ବ୍ଳକରେ ପଞ୍ଚାୟତରାଜ ଦିବସ ପାଳନ କରିବା ପାଇଁ ନିସ୍ପତି ନେଇଛନ୍ତି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ବ୍ଳକ ପରିସରରେ ୧୫୦ ତମ ବିଜୁ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ସହ ପଞ୍ଚାୟତର ରାଜ ଦବିସ ପାଳନ ହୋଇଯାଇଛି । ଏହି ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ୟକ୍ଷତା କରିବା ସହିତ ବିଜୁ ବାବୁଙ୍କ ସମୟରେ ଓଡିଶାରେ ନାରୀ ଜାତିର ଉନ୍ନତି ଓ ପ୍ରଗତୀ ହୋଇ ପାରିଛି । ତାଙ୍କର ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକପାଦେ ତାଙ୍କ ବାପାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ।
ଏହି ଅବସରରେ ଅନୁଷ୍ଠିତ ସଭାରେ ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା,ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବିଧାୟକଙ୍କର ପ୍ରତିନିଧି ସୁନିଲ କୁମାର ପଣ୍ଡା, ସାମାଜିକ କର୍ମୀ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଫଟୋଚିତ୍ର ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ କରିଥିଲେ । ଯୋଗ ଦେଇଥବା ଅତିଥି ମାନେ ବିଜୁ ବାବୁଙ୍କ ସ୍ମୃତିଗାନ କରିବା ସହ ପଞ୍ଚାୟତର ରାଜ ବିଭାଗ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ମା ଅଷ୍ଟଭୂଜା ଗୋଟିପୁଅ ଅନୁଷ୍ଠାନର ଗୁରୁ ନୀଳାଚଳ ମହାପାତ୍ର ଓ ମାର୍ଦ୍ଦଳ ଗୁରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେୃତ୍ୱରେ ଆହେ ନୀଳ ଶୈଳ, ଗୁରୁବନ୍ଦନା, ଆମେ ଓଡିଆ ଆଦି ନୃତ୍ୟୁ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟାଙ୍କ ସହିତ ୱାର୍ଡ ସଭ୍ୟସଭ୍ୟା ଓ ମହିଳା ଗୋଷ୍ଠୀ , ସ୍ୱେଚ୍ଚାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗଦେଇଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ସେହିପରି ସନ୍ଧ୍ୟାରେ ସାକ୍ଷୀଗୋପିନାଥଙ୍କ ମନ୍ଦିର ସମ୍ମୁଖରେ ବିଜେଡି ଦଳ ପକ୍ଷରୁ ଏକ ଦୀପଦାନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୧---୫.୩୦





