ads

Breaking News

ଶିକ୍ଷକ ପର୍ଶୁରାମ ପ୍ରଧାନଙ୍କ ଏକଦଶାହରେ ସ୍ମୃତି ଚାରଣସଭା


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ପୂର୍ବତନ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷକ ସନ୍ତୋଷ କୁମାର ମହାନ୍ତି ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ, ଶିକ୍ଷକ ନିରଞ୍ଜନ ସାହୁ, ଦିଗମ୍ବର ରଥ, ଗୋଳକ ବିହାରୀ ବରାଳ, ଅମିନ ବିଶ୍ୱାଳ, ଉମେଶ ଚନ୍ଦ୍ର ମହାନ୍ତି, ଛାଟୋଇ ମୋତିଲାଲରାୟ, ପ୍ରଦୀପ କୁମାର ସେଠୀ, ପୂର୍ବତନ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ଶିକ୍ଷକ ପଦ୍ମଚରଣ ଜେନା, ସୁଶିଲ କାନ୍ତ ରାଉତଙ୍କ ସହିତ କଣାସ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଯୋଗଦେଇ ସ୍ୱର୍ଗତ ଶ୍ରୀ ପ୍ରଧାନଙ୍କ ଗୁଣଗାନ କରିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୁଇ ମିନଟ ନୀରବ ପ୍ରାର୍ଥନା କରିଥିଲେ । ନୀରଞନ ସାହୁ ଧନ୍ୟବାଦ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧-----୫ , ୫୮

ads

Blog Archive