ads

Breaking News

ଓଜେଏସ ପରୀକ୍ଷାରେ ଦେବାନ୍ ସତ୍ୟଦର୍ଶୀ ସପ୍ତମ ସ୍ଥାନରେ


 ସାକ୍ଷୀଗୋପାଳ----  ଓଡିଶା ଜୁଡିସଆଲ  ସର୍ଭିସ ପରୀକ୍ଷାରେ ପୁରୀ ଜିଲ୍ଲା ସତ୍ୟବାଦୀ ହାଇସ୍କୁଲର ଛାତ୍ର ଦେବାନ ସତ୍ୟଦର୍ଶୀ ନନ୍ଦ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଓ କୃଷକ ନେତା ସ୍ୱର୍ଗତ ଗୋପୀନାଥ ନନ୍ଦଙ୍କ ନାତି  ତଥା ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ପ୍ରଶାନ୍ତ କୁମାର ନନ୍ଦ ଓ ମାତା ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ରଙ୍କ ସୁପତ୍ର ଅଟନ୍ତି । ଦେବାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରୁ ଦଶମ ଶିକ୍ଷା , ବେସିକ ବିଜ୍ଞାନ କଲେଜରୁ ଯୁକ୍ତ ଦୁଇ ଶିକ୍ଷା, କିଟ  ଆଇନ ମହାବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ ଏଲ,ଏଲ, ବି  ଓଏନ୍‌, ଏଲ,ୟୁ କଟକରୁ ଏଲ, ଏଲ. ଏମ ପାସ କରିବା ସହ ଓଜେଏସ ପରୀକ୍ଷାରେ ଦେବାନ ସତ୍ୟଦର୍ଶୀ ସପ୍ତମ ସ୍ଥାନରେ ରହିବା ଖବର ଜଣାପଡିବା ପରେ ଗ୍ରାମରେ ଖୁସିଲ ଳହରି ଖେଳିବା ସହ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଦେବାନ ସତ୍ୟଦର୍ଶୀ ନନ୍ଦଙ୍କ ସାଙ୍ଗ ଓ ପୁରାତନ ଛାତ୍ର ମାନେ ଶୁଭେଚ୍ଛା ଜଣାଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୧---୪,୧୫

ads

Blog Archive

Popular Posts