ads

Breaking News

ମହାଶିବରାତ୍ରରେ ସାମୁହିକ ବ୍ରତୋପନୟନ


ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ଥୁଆପାଲି ଠାରେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ଏକ ମହାଦେବ ମନ୍ଦିର ନିର୍ମାଣ କରି ଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଯେଉଁ ଗରିବ ବ୍ରାହ୍ମଣ ପିଲା ମାନେ ବ୍ରତୋପନୟନ ହୋଇପାରୁ ନଥିଲେ ସେମାନଙ୍କୁ ଏଠାରେ
 ବ୍ରତୋପନୟନ କରିବା ମୁଖ୍ୟ ଲକ୍ଷ୍ୟ ଥିଲା । ସେହି ପରିବାରର ବ୍ରାହ୍ମଣ ପିଲା ମାନଙ୍କ ପାଇଁ ମହାଶିବରାତ୍ରି ଦିନ ମାଗଣା ରେ ସାମୁହିକ ବ୍ରତୋପନୟନ ୧୯୯୭ ରୁ ଆରମ୍ଭ  କରିଥିଲେ।
ତାଙ୍କର ଦେହାନ୍ତ ପରେ ପରିବାର ମୁଖ୍ୟ କୈଳାଶ ଅଗ୍ରୱାଲ (ବାଙ୍କା) ଓ ଧର୍ମ ପତ୍ନୀ ରୁକ୍ମଣୀ ଅଗ୍ରୱାଲ, ଦିଲିପ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ ଙ୍କ ପରିବାର ସମସ୍ତ ସଦସ୍ୟ ମାନେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ପାଦଙ୍କ ଅନୁକରଣ କରି ଆଜି ପର୍ଯ୍ୟନ୍ତ ବିନା ଅର୍ଥ ସାମୁହିକ ବ୍ରତୋପନୟନ କରିଆସୁଛନ୍ତି।ପ୍ରତି ବର୍ଷ ୨୫/୩୦ ବ୍ରାହ୍ମଣ ପିଲା ମାନେ ବ୍ରତୋପନୟନ ହୋଇଆସୁଥିଲେ  । କିନ୍ତୁ ଏ ବର୍ଷ କରୋନା ମହାମାରୀ କଟକଣାକୁ ଯୋଗୁଁ ୧୦ ଜଣ ବ୍ରାହ୍ମଣ ପିଲା ବ୍ରତୋପନୟନ ହୋଇଛନ୍ତି । ଏଠାରେ ମହାଦେବ ମନ୍ଦିର ଥିବାରୁ ବହୁସଂଖ୍ୟକ ଭକ୍ତ ଆସି ମହାଦେବ ଦର୍ଶନ କରି ବ୍ରତୋପନୟନ ଦେଖିଥିଲେ। ଏହି ବ୍ରତୋପନୟନ ରେ ମୁଖ୍ୟ ପଣ୍ଡିତ ଦୁଖିଶ୍ଯାମ ମିଶ୍ର, ପଣ୍ଡିତ କୁନା ତ୍ରିପାଠୀ, ଭିଷ୍ମ ଦେବ ପାଣିଗ୍ରାହୀ ଓ ଆନଂଦ ମହାପାତ୍ର ନୀତିକାନ୍ତି ଅନୁସାରେ ବ୍ରତୋପନୟନ କାର୍ଯ୍ୟ ସମାପନ କରିଥିଲେ। ଏଥିରେ ଲାୟନ୍ସ କ୍ଲବ ସମସ୍ତ ସଦସ୍ୟ ,ସଦସ୍ୟା, ଲିଓ କ୍ଲବ ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ରାତିରେ ମନ୍ଦିରରେ ଜାଗରଯାତ୍ରା ସହ ମହାଦୀପ ଉଠିବ ।ଏହା ସହିତ ଭେଡେନ ବ୍ଲକ ର ବିଭିନ୍ନ ଶୈବପୀଠରେ ମାନଙ୍କରେ ମହାଶିବରାତ୍ରି ପାଳିିତ ହୋଇଯାଇଛି ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୧୧/୩/୨୦୨୧----୮,୪୫

ads

Blog Archive