ads

Breaking News

ଗୋପବନ୍ଧୁଙ୍କ ଷଠୀଘରେ ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ର

ସାକ୍ଷୀଗୋପାଳ ----   ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘରେ ବୁଧବାର ବିଜେପି ଦଳର ପୁରୀ ଲୋକସଭା ପ୍ରାର୍ଥୀ ଡା, ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ  ଓମ ପ୍ରକାଶ ମିଶ୍ର ସେଠାରେ ପହଞ୍ଚି  ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଆଶିର୍ବାଦ ଭିକ୍ଷା କରିଥିଲେ  । ଦାସ ପରିବାରର କୂଳଦେବତା ଶ୍ରୀରାଧା ବିନୋଦ ବିହାରୀ ଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ  ।  ସେଠାରେ ବିଜେପିର କୃଷକ ମୋର୍ଚ୍ଚା ନେତା  କୃଷ୍ଣ ଜଗଦେବ,  ସଂଯୋଜକ ମନ୍ମଥ ମଲିକ, ସାଗର ମିଶ୍ର, ସ୍ୱାତୀ ଦାଶ,  ବିଶ୍ୱଜିତି ଶତପଥୀ , ସତ୍ୟନାରାୟଣ ନାୟକ, ହୃଷିକେଶ ମିଶ୍ର, ଅମର ଶତପଥୀ, ଶରତ ସାହୁ, ନରେନ୍ଦ୍ର ସ୍ୱାଇଁ, ଉମେଶ ପ୍ରଧାନ, ସୁବଷ ଚନ୍ଦ୍ର ଜେନା, ତ୍ରିଲୋଚନ ରଥ, ଦୀପକ ଶତପଥୀ, ସୁରଥ ବେହେରା, ଦୟା ସ୍ୱାଇଁ, ଶିବ ମଳିକ, ରତିକାନ୍ତ ମିଶ୍ର ଓ ଲକ୍ଷ୍ମୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି ପରିପ୍ରେକ୍ଷୀରେ  ଶ୍ରୀ ପାତ୍ରଙ୍କୁ ପଟ୍ଟନାୟିକିଆ ଛକ ଠାରେ ଶତାଧିକ ବିଜେପି କର୍ମୀ ମାନେ ଫୁଲତୋଡା ଦେଇ ସ୍ୱାଗତ କରି ମଟର ସାଇକେଲ ଶୋଭାଯାତ୍ରାରେ ଯାଇ ମହାକାଳପଡା ଗ୍ରାମରେ ଥିବା ଗୋ ଶାଳା ପରିଦର୍ଶନ କରି ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନଙ୍କ ସହିତ ପରିଚାଳନା ଗତ ସୁବିଧା ଅସୁବିଦା ସମ୍ପର୍କରେ ବୁଝିଥିଲେ  । ସେଠାରୁ ବାହାରି ବରାଳ ଗ୍ରାମ ଛକରେ କର୍ମୀ ମାନେ ସ୍ୱାଗତ କରିଥିଲେ  । ବଳପୁର ଗ୍ରାମର ମାଧବ ପଣ୍ଡା ପ୍ରମୁଖ ବିଜେପି ପ୍ରାର୍ଥୀ ମାନଙ୍କୁ ବାଟରେ ସ୍ୱାଗତ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts