ads

Breaking News

ଡେଲାଙ୍ଗରେ ବିଜେଡି ପ୍ରଚାର ମଙ୍ଗ ଧରିଛନ୍ତି ମହିଳା ଗୋଷ୍ଠୀ

ଡେଲାଙ୍ଗ ----  ଡେଲାଙ୍ଗ ବ୍ଳକର ବିଭିିନ୍ନ ଗ୍ରାମ ପଞ୍ଚାୟତରେ ଘୁରି ବୁଲୁଛନ୍ତି ବ୍ଳକ ବିଜେଡି ମହିଳା ଗୋଷ୍ଠୀ  । ତାଙ୍କ ସାଙ୍ଗରେ ରହିଛନ୍ତି କିଛି ଯୁବ ଗୋଷ୍ଠୀ । ସେମାନେ ପାଦରେ ଚାଲି ଚାଲି ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ କହିବା ସହ ବୟଜ୍ୟେଷ୍ଟ ବ୍ୟକ୍ତି ମାନଙ୍କୁ ବିଜେଡି ସରକାରଙ୍କ ସମୟରେ ସେମାନେ ପାଇଥିବା ସୁବିଧା କଥା ମନେ ପକାଇ ଦେଉଛନ୍ତି । ଯାହାକି ବିଜେଡି ଦଳର ପ୍ରଚାର ମହିଳା ମାନେ ମଙ୍ଗ ଧରିଥିବା ଆଲେଚନା ହେଉଛି । ସେମାନେ ଏହି ପ୍ରଚାର ସମୟରେ ନବୀନ ପଟ୍ଟନାୟକ ସେମାନଙ୍କୁ ଦେଇଥିବା ସ୍ୱାଧୀନତା ଠାରୁ ସମସ୍ତ ଯୋଜନା ସ୍ଳୋଗାନ ଦେବା ସହ ଶଙ୍ଖଚିହ୍ନ ଜିନ୍ଦାବଦ, ପ୍ରଦୀପ ମହାରଥୀ ଜିନ୍ଦାବାଦ, ପିନାକୀ ଭାଇନା ଜିନ୍ଦାବଦ ଆଦି ସ୍ଳୋଗାନ ଦେଉଥିବାର ଦେଖାଯାଇଛି । ଏଥିରେ ଡେଲାଙ୍ଗ ମିଶନ ଶକ୍ତି ମହିଳା ଗୋଷ୍ଠୀର ସମ୍ପାଦିକା ବାସନ୍ତି ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ଭାରତୀ ଚମ୍ପତି, କବିତା ପ୍ରଧାନ, ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ଜେନା, ସବିତା ବରାଳ, ବନିତାଦାସ, ପ୍ରତିମା ଦାସ, କଳ୍ପନା ପରିଡା, ପ୍ରସାଦିନୀ ମଙ୍ଗରାଜ, ପୁଷ୍ପଲତା ସୁନ୍ଦରାୟଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି ଓ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟାଙ୍କ ସହ ଯୁବଗୋଷ୍ଠୀ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ପ୍ରଚାର ଜୋର କରୁଥିବା ଦେଖାଯାଇଛି । ପ୍ରତି ଘରେ ଶଙ୍ଖ ଚିହ୍ନତି ପୁସିଂକାର୍ଡ ପ୍ରଦାନ କରୁଥିବା ଦେଖାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts