ads

Breaking News

୨୨ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଛକ ନିକଟସ୍ଥ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ସତ୍ୟବାଦୀ ସ୍ମୃତି ସଂସଦ ପକ୍ଷରୁ ୨୨ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସତ୍ୟବାଦୀ ବ୍ଳକର ବିଜୁ ଜନତା ଦଳର ପୂର୍ବତନ ସଭାପତି ରାଜ କିଶୋର ଆଚାର୍ଯ୍ୟ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭାରେ ସଂସଦର ସଭାପତି ଅନନ୍ତ ମାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା  । ଏଥିରେ ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର, କୋଷଧ୍ୟକ୍ଷ ଲିଙ୍ଗରାଜ ଦଳାଇ, ନିରଞ୍ଜନ ମହପାତ୍ର, ବିଜୁ ଜନତା ଦଳର ପୂର୍ବତନ ସଭାପତି ଉପେନ୍ଦ୍ର ବିଶ୍ୱାଳ, ନାରାୟଣ ରାଉତରାୟ, ରବିନ୍ଦ୍ର ଶତପଥି, ମାର୍କଣ୍ଡ ସ୍ୱାଇଁ, ବୁଲା ପରିଡା, ଶ୍ରତୁଘ୍ନ ରାଉତ, ରାଜ କିଶୋର ସାହୁ, କେଳୁ ଚରଣ ସାହୁ, ବାବଜି ରାଉତ, ନିଳକଣ୍ଠ ପ୍ରଧାନ  ଓ ବିପ୍ଳବ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts