ads

Breaking News

ନନ୍ଦା ଓ ଭଦ୍ରା ପାଣିରୁ ଉଠିଲେ

 ସାକ୍ଷୀଗୋପାଳ --- ମଇ ୭ ତାରିଖ ଦିନ ଅକ୍ଷୟ ତୃତୀୟା ପର୍ବ ପାଳନ ହେବ । ବର୍ଷକୁ ଥରେ ନନ୍ଦା ଓ ଭଦ୍ରା ପାଣିରୁ ଉଠିଥାନ୍ତି  । ମନ୍ଦିରର ଭୋଇ ସେବକ ମାନେ ଶନିବାର ଦିନ ନନ୍ଦାକୁ ଉଠାଇଥିବା ବେଳେ ରବିବାର ଦିନ ଭଦ୍ରାକୁ ପାଣିରୁ କାଡିଛନ୍ତି  । ନନ୍ଦା ଓ ଭଦ୍ରା ଦୁଇଟି ଡଙ୍ଗା ଖରା ଖାଇବା ପରେ ମହାରଣା ଦ୍ୱାରା ଚନ୍ଦନଯାତ୍ରା ପାଇଁ ସଜିତ ହେବ । ଏଥିଯୋଗୁ ସତ୍ୟବାଦୀର ସାକ୍ଷୀଗୋପିନାଥଙ୍କ ଚନ୍ଦନଯାତ୍ରା ପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚନ୍ଦନ ଯାତ୍ରାର ଛାମୁଣ୍ଡିଆ ପାଇଁ ଖୁଣ୍ଠି ପୋତା ଅନୁଷ୍ଠିତ ହୋଇଯାଇଛି  ।  ମଇ ୭ ତାରିଖରେ ସୁସଜିତ ନନ୍ଦା ଓଭଦ୍ରା ଉପରେ ବିଜେ କରି ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦପୋଖରୀରେ ଜଳକ୍ରୀଡା  ( ଚାପ) ପର୍ବ  ଆରମ୍ଭ ହେବ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts