ads

Breaking News

ନିର୍ବାଚନ ମଇଦାନରେ ମହାରଥୀଙ୍କ ଝିଅ ଲଭଲି ମହାରଥୀ

ଡେଲାଙ୍ଗ--- ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେଡିର ହେବିୱଟେ ନେତା ପ୍ରଦୀପ ମହାରଥୀଙ୍କ ଝିଅ ନିଜ ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ  ଲଭ୍ଲି ମହାରଥୀ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଶନିବାର ଦିନ ଡେଲାଙ୍ଗ ବ୍ଳକର ଡେଲାଙ୍ଗ କୋଠବାଡ, ମୁନିଦା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ବାପାଙ୍କ ପାଇଁ ମହିଳା ପୁରୁଷଙ୍କୁ ଲଭ୍ଲି ଭୋଟ ଭିକ୍ଷା ମାଗିଥିଲେ  । ଲଭ୍ଲିଙ୍କ ସହିତ  ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମୁୁନିିଦା ସରପଞ୍ଚ ସନ୍ଧ୍ଯାରାଣି ପରିଡା , ଆତ୍ମର ସଭାପତି ବସନ୍ତ ବେହେରା, ନରେନ୍ଦ୍ର ପରିଡା,ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କଳ୍ପନାମୟୀ ପରିଡା, ଭାରତୀ ଚମ୍ପତ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ସୁର୍ଣ୍ଣମୟୀ ଜେନା, ସବିତା ବରାଳ, ପ୍ରତିମା ଦାସ, ବନିତା ଦାସ, ପ୍ରସାଦିନୀ ମଙ୍ଗରାଜ, ପୁଷ୍ପଲତା ସୁନ୍ଦରାୟ ପ୍ରମୁଖ ସହଯୋଗ କରିଥିଲେ  ।  ଏମାନେ ଘରକୁ ଘର ବୁଲି ବିଜେଡି ଦଳର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପୁରୁଷ ଭୋଟର ମାନଙ୍କୁ ନିବଦେନ କରୁଥିବା ଦେଖାଯାଇଥିଲା  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts