ads

Breaking News

ସତ୍ୟବାଦୀରେ ଶେଷ ପ୍ରଚାର ଦିନରେ ବିଜେପି ରୋଡ ଶୋ ଚମକାଇଲା

ସାକ୍ଷୀଗୋପାଳ------ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି  ଶେଷ ପ୍ରଚାର ଦିନରେ ଜବରଦସ୍ତ ରୋଡ ଶୋ କରିଛି । ଯାହାକି ସତ୍ୟବାଦୀ ବଜାର ପ୍ରାୟ ୨ କିମି ରାସ୍ତା ପୁରା ପୁରି ଜାମା ହୋଇଯାଇଥିଲା  ।  ସାକ୍ଷୀଗୋପାଳ ମନ୍ଦିର ଠାରୁ ହଜାର ହଜାର କର୍ମୀ ମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟୋଲଙ୍କୁ ନେଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର  ରୋଡ ଶୋ କରିଥିଲେ  । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟୋଲ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଶୁକଳ ମେଳନ ପଡିଆ ଠାରେ ହେଲିକେପ୍ଟର ଯୋଗେ ଓହ୍ଲାଇବା ପରେ ସେଠାରେ ଥିବା କର୍ମୀ ମାନେ ବିଜେପି ଜିନ୍ଦାବାଦ, କେନ୍ଦ୍ରମନ୍ତ୍ରୀ ଜିନ୍ଦାବାଦ, ସମ୍ବିତ ପାତ୍ର ଜିନ୍ଦାବାଦ, ଓମ ଭାଇ ଜିନ୍ଦାବାଦ ଦେଇ ସଭାସ୍ଥଳକୁ ପାଛୋଟି ନେଇଥିଲେ  । ସଭାରେ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ଓଡିଶା ରାଜ୍ୟରେ ୨୦ ବର୍ଷ ଧରି ଶାସନ କରି ଆସିଥିବା ବିଜେଡି ସରକାରଙ୍କ  ସ୍ଥାଣୁତା, ପିସି କାରବାର, ନିଜର ଅପାରଗତା କୁ ଲୁଚାଇ କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ଦୋଷ ଲଦିବା ଆଦି ସମ୍ପର୍କରେ କହିଥିଲେ  । ବିଜେପି ଦଳକୁ ଆପଣ ମାନେ ଥରେ ସୁଯୋଗ ଦେବା ପାଇଁ ସେ ନିବେଦନ କରିଥିଲେ  । ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟୋଲ ଶୁକଳ ଠାରେ ରୋଡ ଶୋ କରିଥିଲେ  । ସେଠାରୁ ଏକ ବିରାଟ ମଟର ସାଇକେଲ ପଟୁଆର ଯୋଗେ ସତ୍ୟାବଦୀରେ ପହଞ୍ଚି ସାକ୍ଷୀଗୋପାଳ ବଜାର, ପେଣ୍ଠପଡା, ଜୟପୁର, କାଦୁଆ, ବଳପୁର, ସାରଙ୍ଗଯୋଡି, ପରଜାପଡା ଆଦି ଗ୍ରାମ ପଞ୍ଚାୟତରେ ରୋଡ ଶୋ କରି ଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts