ads

Breaking News

୩୧ନଂ ଜୋନରେ ବିଜେଡିର ଜୋରଦାର ପ୍ରଚାର

  ସାକ୍ଷୀଗୋପାଳ ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୩୧ ନଂ ଜୋନରେ ବିଜେଡି ଦଳ ପକ୍ଷରୁ ଗୁରୁବାର ଜୋରଦାର ପ୍ରଚାର ସହ ମଟର ସାଇକେଲରେ ରୋଡ ଶୋ କରାଯାଇଛି । ଏଥିରେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଓ ବିଧାନସଭା ପ୍ରାର୍ଥୀ ଉମାକାନ୍ତ ସମାନ୍ତରାୟ ଘରକୁ ଘର, ଗାଁ କୁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିଲେ  । ଏହି ପ୍ରଚାର ସମୟରେ ବିଭିନ୍ନ ମହିଳା ଗୋଷ୍ଠୀ ସଂଗଠନ ଓ ଗ୍ରାମର ମୁରବୀ ଓ ଯୁବକ ମାନେ ଶ୍ରୀ ସମାନ୍ତରାୟଙ୍କୁ ଫୁଲମାଳ ଦେଇ ସ୍ୱାଗତ କରୁଥିବାର ଦେଖାଯାଇଥିଲା  । ବିଭିନ୍ନ ଗ୍ରାମ ମାନଙ୍କରେ ବିଜେଡି ପ୍ରତି ଜନସମର୍ଥନ ବଡିବାରେ ଲାଗିଛି । ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ, କାଳିଆ ଯୋଜନା, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆଦି ସମ୍ପର୍କରେ ଲୋକ ମାନଙ୍କୁ କହିଥିଲେ  । ନବୀନ ବାବୁଙ୍କ ସମୟରେ ଗ୍ରାମ ପଞ୍ଚାୟତର ଉନ୍ନତି କାର୍ଯ୍ୟକରାଯାଇଥିବା ସମ୍ପର୍କେ ଶ୍ରୀ ସାମନ୍ତରାୟ ଲୋକମାନଙ୍କୁ ବୁଝାଇଥିଲେ  । ପଟ୍ଟନାୟକିଆ ଛକଠାରୁ ଏହି ଶୋଭାଯାତ୍ରା ବାହାରି ବୀରରାମଚନ୍ଦ୍ରପୁର ପଞ୍ଚାୟତ ଦେଇନୂଆସମେଶ୍ୱରପୁର,ନରେନ୍ଦ୍ରପୁର, ଦାସବିଦ୍ୟାଧରପୁର, ସାଣ୍ଡରା, ଅଳଗୁମ, ମଧୁବନ, ଶୁକଳ, ଆଳିସ ଆଦି ଗ୍ରାମ ପଞ୍ଚତରେ ପ୍ରଚାର କରିଥିଲେ  । ଏହି ର‌୍ୟାଲିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟଙ୍କ ନେତୃତ୍ୱରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ବ୍ଳକ ଅଧ୍ୟକ୍ଷା ସ୍ମସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ନରେନ୍ଦ୍ରପୁର ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର, ଶୁକଳ ସଭିତିସଭ୍ୟ ଜଳନ୍ଦର ସେଠୀଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସମପଞ୍ଚ , ସମିତ ିସଭ୍ୟ ସଭ୍ୟା ଓଯୁବ ସଂଗଠକ ଯଯାତି କେଶରୀ ରାୟ ପ୍ରମୁଖ ଯୋଗ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts