ads

Breaking News

ପିପିଲି ବ୍ଳକରେ ବିଜେଡିର ପ୍ରଚାର ଯୋର ଧରିଲା, ଘରକୁ ଘର ବୁଲିଲେ ଶ୍ରୀ ମହାରଥୀ

ପିପିଲି-- ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ସେତେ ଯୋର ଧରୁଛି । ମାତ୍ର ପିପିଲି ବ୍ଳକରେ ବିଜେଡି ଦଳର ପ୍ରଚାର ଓ ପ୍ରସାର ଯୋର ଧରିଛି । ସେହପିର ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀ ମାନେ ବିଜେଡି ଦଳରେ ସାମିଲ ହେଉଥିବାର ଦେଖାଯାଇଥିଲା  । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାସଭା ପ୍ରାର୍ଥୀ ପ୍ରଦୀପ ମହାରଥୀ ଆଜି ପିପିଲି ବ୍ଳକର ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର, ବାଙ୍କିପୋଖରୀ, ଗଙ୍ଗୁଆପଡା, ସୁନାପଦା, ଜଗରାସାହି, କୃଷ୍ଣପୁର, ଗୋବର୍ନ୍ଦନପୁର, ଭାଲିଆମିଲି ସହିତ ବହୁ ଚଚ୍ଚିତ ଅଜୁନଗୋଦା ଗ୍ରାମକୁ ଶ୍ରୀ ମହାରଥୀ ନିଜ ସପକ୍ଷରେ ପ୍ରଚାର କରିବା ପାଇଁ ଯାଇଥିଲେ  । ଗ୍ରାମକୁ ଯିବା ରାସ୍ତାରେ ମହିଳା ମାନେ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ମହିଳା ,ଯୁବତୀ ମାନେ ବନ୍ଦାପନା କରିବା ସହ ବିଜୟ ସୁଚକ ଟିକା ପିନ୍ଦାଇ ଦେଇଥିବାର ଦେଖାଯାଇଥିଲା  । ସେହିପରି ଯୁବଗୋଷ୍ଠୀ ମାନେ ବାଜ ବାଣ ଫୁଟାଇ ମଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ମହାରଥୀଙ୍କୁ ପାଛୋଟି ନେଇଥିଲେ  । ବିଶେଷ କରି ଅଜୁନଗୋଦା ଗ୍ରାମରେ ସବୁଠାରୁ ଅଧିକ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ସମର୍ଥନ କରିଥିବାର ଦେଖାଯାଇଥିଲା  । ପିପିଲି ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ଆତ୍ମାର ସଭାପତି ଧରଣୀଧର ସାହୁ, ବ୍ଳକ ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆରର୍ତ୍ତବନ୍ଦୁ ସାମନ୍ତରାୟ, ଜଗନ୍ନାଥପୁର ସରପଞ୍ଚଙ୍କ ପ୍ରତିନିଧି ଲକ୍ଷ୍ମୀଧର ନାଏକ, ସମିତିସଭ୍ୟ ଶ୍ୟାମସୁନ୍ଦର ବିଶ୍ୱାଳ , କିଶୋର ଛୋଟରାୟ, ନାରଣ ସ୍ୱାଇଁ, ଶେଖ ବାବୁଙ୍କ ସହ ଶତାଧିକ ବିଜେଡି କର୍ମୀ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts