ads

Breaking News

୩୦ ଲିଟର ଦେଶୀ ମଦ ଜବତ ; ୧ ଗିରଫ

ପିପିଲି--- ସାଧାରଣ ନିର୍ବାଚନକୁ ଆଖି ଅଗାରେ ରଖି ପୁରୀ ଏସପି ଉମା ଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ୱବଧାନରେ ପିପିଲି ପୋଲିସ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିବା ପାଇଁ ଚଡାଉ ଜାରି ରଖିଛି ।  ଉତ୍ତରାଫାଣ୍ଡି ଅଧିକାରୀ ଅଶୋକ ଗୋଛାୟତ କୌଣସି ସୁତ୍ରରୁ ଖବର ପାଇଲେ ଯେ ଗୋବିନ୍ଦପୁର ନେଡାଲ ବିଦ୍ୟାଳୟ ପାଖରେ  ଚୋରାରେ ନିଶା କାରବାର ହୋଉଛି । ବୁଧବାର ଅଚାନକ ଭାବେ ଚଡାଉ କରି ଦେଶୀମଦ ୧୪୦ ବୋଟଲ ତଥା ୩୦ ଲିଟର ମଦ ଜବତ କରିବା ସହ ଜୟୀରାମ ପ୍ରଧାନ ମାଟିଆପଡାର ମଦ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ନାମରେ ପିପିଲି ଥାନା କେସନଂ- ୮୭/୧୯ରେ ଦଖା ୫୨( ଏ) ଓଡିଶା ଅବକାରୀ ଦଫା ଲଗାଇ କୋର୍ଟକୁ ପଠାଇଥିବା ଫାଣ୍ଡି ଅଧିକାରୀ ଅଶୋକ ଗୋଛାୟତଙ୍କ ଠାରୁ ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts