ads

Breaking News

କୋଣାର୍କ ସୂର୍ଯ୍ଯ ମନ୍ଦିର କାରୁକାର୍ଯ୍ଯର ସୁରକ୍ଷା ନେଇ ଥାନାରେ ଅଭିଯୋଗ

କୋଣାର୍କ -   ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟର ସୁରକ୍ଷା କୁ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କଲେ ସୁରକ୍ଷା ସମିତି ସଭାପତି ବାଦଲ କୁମାର ଦାସ   ।  ମନ୍ଦିର ର କାରୁକାର୍ଯ୍ୟ ଓ ପୁରୁଣା କାରୁକାର୍ଯ୍ୟ ର  ପଥର  କୁ ନେଇ କୋଣାର୍କ ସୁରକ୍ଷା ସମିତି ତରଫରୁ  ଲିଖିତ ଅଭିଯୋଗ ଦିଆଯାଇଛି  । ଏନେଇ କୋଣାର୍କ ଥାନା ଅଧିକାରୀ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଘଟଣା ରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର  କାରୁକାର୍ଯ୍ୟ ଉପରେ ଲୁହାର ବ୍ରସ ଘସି ତାର ସନ୍ଦୌର୍ଯ୍ୟ  କରଣ ନଷ୍ଟ କରିବା ସହ ଲୁହା ପାଇପି ମନ୍ଦିର ଦିହରେ ଲଗାଇ  ମନ୍ଦିର ସନ୍ଦରର୍ଯ୍ୟ ନଷ୍ଟ କରିବା ସହ ମନ୍ଦିର  ଘୋଡାଇ ରଖାଯିବାକୁ ନେଇ ଦେଶ ବିଦେଶରୁ  ଆସୁଥିବା ପର୍ଯ୍ୟଟକ  ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ୧୭ ତାରିଖରେ କୋଣାର୍କ ସୁରକ୍ଷା ସମିତି ତରଫରୁ ଜୋର ଦାର ଆନ୍ଦୋଳନ କରାଯିବ ବୋଲି ସୁରକ୍ଷା ସମିତି ସଭାପତି ଶ୍ରୀ ଦାସ  ଜଣାଇଛନ୍ତି।
ନିମାପଡାରୁ ଜୟନ୍ତ ସେଠୀ

Konark mandiharur karukaja surakhya

ads

Blog Archive

Popular Posts