ads

Breaking News

ବିଜେପିର ଜନ ପରାମର୍ଶ ପଦଯାତ୍ରା ପାଇଂ ପ୍ରସ୍ତୂତି ବୈଠକ

ଡେଲାଙ୍ଗ ----- ବିଜେଡି ସରକାରଙ୍କର ବିଫଳତା ଓ କେନ୍ଦ୍ରସରକାରଙ୍କ ସଫଳତାକୁ ନେଇ ଆସନ୍ତା ୧୫ ତାରିଖରୁ ବିଜେପି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହେବ । ଏହାକୁସଫଳ କରିବା ସହ ଏଥିରେ ଯୁବ ଗୋଷ୍ଠି କିପରି ସାମିଲ ହେବେ ସେ ବିସୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଡେଲାଙ୍ଗ ବ୍ଳକର ଶ୍ରୁପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପିପିଲି ବିଜେପି ର ଯୁବନେତା ଆଶ୍ରୀତ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ଏହି ପଦଯାତ୍ରା ଡେଲାଙ୍ଗର ପବିତ୍ର ମାଠି ବା ବେରବୋଇ ଗାନ୍ଧିପୀଠରୁ ଶୁଭାରମ୍ବ କରିଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହି ଅବସରରେ ବେରବୋଇ ମଣ୍ଡଳ ସଭାପତି ସୁଧାଶୂଂ ଶେଖର ପରିଡା ,ବିଜେପିର ପୁରୀ ଜିଲ୍ଳାଉପ ସଭାପତି ଜନଜୟ ଜେନା,ସୁରେଶ କୁମାର ସାହୁ,ଚନ୍ଦ୍ର ଶେଖର ବିଶ୍ବାଳ,କୃତିବାସ ଭୋଳ, ପ୍ରଫୁଲ ଜେନା ଓ କୂତିବାସ ମହାପାତ୍ର ପ୍ରମୂଖ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Bjp era Jana paramashra padajatra

ads

Blog Archive

Popular Posts