ads

Breaking News

ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମ ରୋଜଗାର ସେବକ କାର୍ଯ୍ଯବନ୍ଦ ଆନ୍ଦୋଳନ ଡାକରା

ପିପିଲି----ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ଆହ୍ବାନକ୍ରମେ ପିପିଲି ବ୍ଲକର ସମସ୍ତ  ଗ୍ରାମ ରୋଜଗାର ସେବକ ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ଯବନ୍ଦ ଆନ୍ଦୋଳନ ଡାକରା ଦେଈଛି । ଏହି ଅବସରରେ ବିଡିଓ ଶ୍ଯାମ ସୁନ୍ଦର ଟୁଡୁଙ୍କୁ ଭେଟି ଦାବି ପତ୍ର ଦେଇଛି ଗ୍ରାମ ରୋଜଗାର ସେବକ ସଂଘ ।ସେମାନଙ୍କର ଦାବି ସରକାର ବିଭିନ୍ନ ମୁଖ୍ୟ ଉନ୍ନୟନ ମୂଳକ ଯୋଜନାରେ କାର୍ଯ୍ଯକରିବା ପାଇଁ ନିୟୋଜିତ କରିଥିବା ବେଳେ ସ୍ଥାୟୀ ନିଯୁକ୍ତି ନମିଳିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ।ସେଥିପାଇଁ ସରକାର ସମସ୍ତ ଗ୍ରାମ ରୋଜଗାର ସେବକକୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀକରି ସମୂହ ଆସନ୍ତା ଗୂରୂବାର ଠାରୁ ଛୁଟିରେ ରହିବା ସହ କାର୍ଯ୍ଯ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି ।ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ସଭାପତି ପ୍ରତାପ କୁମାର ସାମଲଙ୍କ ନେତୃତ୍ବରେ ସଂଘ ସମ୍ପାଦକ ତପନ କୁମାର ପ୍ରଧାନ କୋଷାଧ୍ୟକ୍ଷ ଜିତେନ୍ଦ୍ର ସ୍ବାଇଁ ପ୍ରକାଶ ରଥ ଆଶ୍ରିତ କୁମାର ଦିକ୍ଷିତ ସୁନିଲ ମହାପାତ୍ର ଅନୁସୂୟା ଜେନା  ସୁରଥ ନାୟକ ଦିପ୍ତିମୟି ମିଶ୍ର ସରୋଜିନୀ ଦେଇ ରାଜଲକ୍ଷ୍ମି ଭୁୟାଁ ପ୍ରମୂଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ----ବିଜୟ ମହାପାତ୍ର
Grama rojagara sebakha sangha

ads

Blog Archive

Popular Posts