ads

Breaking News

ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଡଂପୂର ସ୍ଥିତ ପାଞ୍ଚବାଟିଆ ବାଲି କପିଳେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ଯକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପ୍ରଦୁପ ମହାରଥୀ ଯୋଗ ଦେଇ ଦଳରେ ସାମୀଲ ହୋଇଥିବା ଯୁବକ ମାନଙ୍କୁ ଦଳୀୟ ଉତ୍ତରୀ ଦେଇ ସାମିଲ କରିଥିଲେ । ମୂଖ୍ୟମନ୍ତୀଙ୍କ ଲୋକାଭିମୁଖୀ ଯୋଜନା ସହ ବଳିଷ୍ଠ ନେତୃତ୍ବ ଦେଉଥିବା ଓ ପ୍ରତି ପରିବାର କୃଷିମନ୍ତୀ ଶ୍ରୀ ମହାରଥୀଙ୍କ ସମୟରେ ଦୁଇରୁ ତିନୋଟି ଯୋଜନା ନିଶ୍ଚିତ ଭାବରେ ପାଇଥିବେ । ଏଠାରେ ବିଜେଡିର ସମସ୍ତ କର୍ମୀ ଜଣଙ୍କୁ ନେତା ମାନୁଥିବା ବେଳେ ଅନ୍ଯ ଦଳରେ ଗୋଷ୍ଠୁ କନ୍ଦଳ ଲାଗି ରହିଛି ବୋଲି ଦଳରେସାମିଲ ହୋଇଥିବା କର୍ମୀମାନେ ମତ ପ୍ରକାଶ କରିଥିଲେ ।ଏହି ମିଶ୍ରଣ ପର୍ବରେ ଡେଲାଙ୍ଗ ବ୍ଳକ ଅଧ୍ଯକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀଧର ସାହୁ, ଜିଲ୍ଳାପରିଷଦ ସଭ୍ୟ ଦେବାଶିଷ ନନ୍ଦ,ବେରବୋଇ ସରପଞ୍ଚ ଜୋର୍ତିମୟୀ ସ୍ବାଇଂ,ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନାଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ରହି ଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
BJD re misile Congress O BJP karmi
By - Dhirendra Senapati ( Delanga )
Sakhigopal News

ads

Blog Archive

Popular Posts