ads

Breaking News

ସରକାରୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଚାବି : ଆନ୍ଦୋଳନକୁ ପାଇଁ ଚେତାବନି

କନ୍ଧମାଳ। ----କନ୍ଧମାଳ ଦାରିଙ୍ଗବାଡି ଅନ୍ତର୍ଗତ ଗଦାପୁର ଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡିଥିବାରୁ ଦୂରଦୁରାନ୍ତରୁ ଆସୁଥିବା ରୋଗୀମାନେ ଅସୁବିଧା ଭୋଗୁଛନ୍ତି ।  ରାଜ୍ଯ ସରକାର ଉପାନ୍ତ ଅଞ୍ଚଳରେ କୋଟିକୋଟି ଟଙ୍କା ଖର୍ଚ୍ଚକରି ଲୋକମାନଙ୍କ ପାଇଁ ଭଲ ସ୍ବାସ୍ଥ୍ୟ ଚିକିତ୍ସା ସୁବିଧା କରିଛନ୍ତି ବୋଲି ଡିଣ୍ଡିମି ପିଟୁଛନ୍ତି  । ଏହାର ଚିତ୍ର ସମ୍ପୂଣ୍ଣ ଓଲଟା । ଘର ଅଛି ଡାକ୍ତର ନାହାନ୍ତି, କେଉଁଠି ଡାକ୍ତର ଅଛନ୍ତି ଘର ନାହିଁ । ଯାହାବି ଅଛି  ଏହାର ତଦାରଖ ଠିକ୍ ଭାବରେ ନହେବା ଯୋଗୁଁ ରୋଗୀମାନେ ଚିକିତ୍ସାସୁବିଧା ପାଇବାରୁ ବଞ୍ଚିତ ହୋଉଛନ୍ତି ।  ଯାହାଦ୍ବାରାକି ରୋଗୀ ହଜାର ହଜାର ଟଙ୍କା ଖର୍ଚକରି ମହକୁମା ମେଡିକାଲକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହୋଉଛନ୍ତି  । ଏହିପରି ଏକ ମେଡିକାଲ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଳକର ଗଦାପୁର ସ୍ବାସ୍ଥ୍ୟକେନ୍ଦ୍ରରେ ।  ଆଜକୁ ୬ମାସ ହେଲା ଏହି ମେଡିକାଲଟି ମନମୁଖୀ ଭାବରେ ଇଛା ମୁତାବକ କେଉଁଦିନ ଖୋଲାରହୁଛିତ କେଉଁଦିନ ବନ୍ଦ ରହୁଛି ।ଅଧିକାଂଶ ସମୟରେ ମେଡିକାଲରେ ଡାକ୍ତର ରହୁନଥିବାରୁ  ମେଡିକାଲ ଗେଟ ବନ୍ଦ ରହୁଛି ।  ବାଧ୍ୟ ହୋଇ ରୋଗୀକୁ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିବା ଅଭିଯୋଗ ହୋଉଛି ।ଏମିତିକି ସୋମବାର,ମଗଂଳବାର ଭଳି ବାର ମାନଙ୍କରେ ମଧ୍ୟ ଏହି ମେଡିକାଲରେ ତାଲା ପକାଇ କୈଣସି ଷ୍ଟାଫ୍ ମାନ ଙ୍କର ଦେଖାମିଳୁନାହିଁ ।ଗଦାପୂର ଏକ ଉପାନ୍ତ ଇଲାକା ହୋଇଥିବାରୁ ଏଠାରେ ଚିକିତ୍ସା ପାଇଁ ପ୍ରାୟ ଅନୂସୁଚିତ ଜାତି ଓ ଜନଜାତିର ଲୋକମାନେ ନିର୍ଭର କରିଥାନ୍ତି ।  ଏଠାରେ ଆମ୍ବୁଲାନସ ଗାଡି ସୁବିଧା ନଥିବାରୁ ଉପାନ୍ତ ଅଞ୍ଚଳରୁ ଭରସା କରି ଆସୁଥିବା ଗରିବ ଶ୍ରେଣୀର ରୋଗୀମାନେ ଚିକିତ୍ସା ସୁବିଧା ନପାଇ ମୃତ ବରଣ କରୁଥିବା ମଧ୍ୟ ଜଣାପଡିଛି ।  ଏଥିରୁ ଜଣା ପଡୁଛି କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଆୟୁଷ୍ମାନ ଯୋଜନାର ସୁବିଧା ଦିଆଯାଉଥିବା କଥା ରାଜ୍ୟ ସରକାର ଡିଣ୍ଡିମି ପିଟୁଥିବାବେଳେ ଗଦାପୁର ସ୍ବାସ୍ଥ୍ୟକେନ୍ଦ୍ର  ଏହାର ଜ୍ବଳନ୍ତ ପ୍ରମାଣ ।ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ଦଶଖଣ୍ଡ ପଞ୍ଚାୟତ ନିର୍ଭର କରୁଥାନ୍ତି । ଏଠାରେ ଡାକ୍ତର ଓ ଷ୍ଟାଫ୍ ନିୟମିତ ରହି ଲୋକମାନଙ୍କୁ ସେବା ଯୋଗାଇବାକୁ ପଞ୍ଚାୟତ ବାସୀ ପ୍ରଶାସନ ଓ ରାଜ୍ଯ ସରକାରଙ୍କ ପାଖରେ ଦାବି କରିଛନ୍ତି । ଦାବୀ ପୁରଣ ନ ହେଲେ ରାଜରାସ୍ତା ଅବରୋଧ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି  । ଯେଉଁ ଷ୍ଟାଫ୍ ଓ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ମିଳିଛି କାଯ୍ୟରେ ଅବହେଳା ପାଇଁ ସେମାନଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅଞ୍ଚଳ ବାସି ଦାବିକରି ଛନ୍ତି।।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
Medicalera chabi

ads

Blog Archive

Popular Posts