ads

Breaking News

ଗଡପଦନପୂର ପଞ୍ଚାୟତରେ ବିଜେଡିର ପଦଯାତ୍ରା

ନିମାପଡା ---ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଗଡପଦନ ପୁର ଗ୍ରାମ ପଞ୍ଚାୟତ ରେ ବିଜୁଜନତା ଦଳ ତରଫରୁ ପଦଯାତ୍ରା ଅନୂଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ  ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାସ ନେତୃତ୍ୱରେ ହଜାର ହଜାର ବିଜେଡି ମହିଳା ଓ ପୁରୁଷ କର୍ମୀ ମାନେ ଗଡପଦନ ପୁର ଗ୍ରାମ ପଞ୍ଚାୟତର  ପୁର୍ବ ବାଡ କ୍ଲବ ଠାରୁ ବିରାଟ ଶୋଭାଯାତ୍ରା ବାହାରି ପଶ୍ଚିମ ବାଡ ମହାରାଣା ସାହି ବେଲେଶ୍ୱର ପରିକ୍ରମା କରି ପାଳାୟାଣି ଠାକୁରାଣି ପଡ଼ିଆ ଠାରେ ପହଞ୍ଚିଥିଲା।  ଏଇ ପଦଯାତ୍ରା ଦ୍ଵାରା ବିଜୁଜନତା ଦଳ କୁ ଆଗକୁ ନେବାପାଇଁ ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁର୍ନବାର ୨୦୧୯ ରେ ତାଙ୍କ ଦଳକୁ ଯିତାଇବା ପାଇଁ ଜନ ସାଧାରଣ ପାଖରେ ଗୁହାରି କରିଥିଲେ।  ରାଜ୍ଯ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ପ୍ରତି ପରିବାର ସାମିଲ ହେବା ଦରକାର  ବୋଲି  ବିଧାୟକ ଶ୍ରୀ ଦାଶ ଅନୁଷ୍ଠିତ ସାଧାରଣ ସଭାରେ କହିଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ କୁମାର ଦାସ , ବ୍ଲକ ସଭାପତି ପ୍ରସନ୍ନ କୁମାର ମାହାନ୍ତି, ପଞ୍ଚାୟତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମାହାନ୍ତି ଓ ରମେଶ ଚନ୍ଦ୍ର ସାମନ୍ତରାୟ, ସୁଭଦ କୁମାର ମାହାନ୍ତି,ଯୁବ ସଭାପତି ବିଜୟ କୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ନିମାପଡାରୁ ଜୟନ୍ତ କୁମାରସେଠୀ
Gadaoadanpur panchayat re BJD ra pada jatya
By - Jayanta Kumar Sethi ( Nimapada )
Sakhigopal News

ads

Blog Archive

Popular Posts