ads

Breaking News

ବିଜୁ ଯୁବ ବାହିନୀ ପକ୍ଷରୁ ଭଲିବଲ ଟୁର୍ଣ୍ଣାମେଣ୍ଟ

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ପକ୍ଷରୁ  ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି  କହିଥିଲେ ଗ୍ରାମ ଗୁଡିକରେ ଲୁଚି ରହିଥିବା ପ୍ରତିଭା ମାନଙ୍କୁ ଚିହ୍ନଟ କରି ଲୋକ ଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ପ୍ରୟାସ ବୋଲି କହିଥିଲେ  । ଅନ୍ୟତମ ଅତିଥି ଭାବରେ ବ୍ଳକ ବିଜୁ ଯୁବ ବାହିନୀର ସଂଯୋଜକ ଅମୂଲ୍ୟ ମୋହନ ଷଡଙ୍ଗୀ , ସମିତିସଭ୍ୟ ଯଦୁମଣି ପ୍ରଧାନ ଉପସ୍ଥିତ ରହିଥିଲେ । ବୀରଗୋବିନ୍ଦପୁର, ଅଠେଇଶ, ପଞ୍ଚୁକେରା ଓ ବଡହାଟ ଏହି ଚାରୋଟି ଦଳ ଭଲିବଲ ପ୍ରତିଯୋଗିତା ଭାଗ ନେଇଥିଲେ  । ସେମାନଙ୍କ ମଧ୍ୟରୁ ବିଜୟୀ ଟିମକୁ ବ୍ଳକ ସ୍ତରରେ ଖେଳିବା ପାଇଁ ସୁଯୋଗ ଦିଆଯାଇଛି  । ଦୁଗଲ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ରାକେଶ କୁମାର ବରାଳ, ସେକ୍ରେଟାରି ଅକ୍ଷୟ କୁମାର ଖଟେଇ ଓ ଅଦ୍ୟ ସଦସ୍ୟ ମାନେ ଭଲିବଲ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ  । ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ କ୍ରୀଡାଶିକ୍ଷକ ବିଜୟ କୁମାର ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts