ads

Breaking News

ମହିଳା ମହବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ



ଭଞ୍ଜନଗର- - ଭଞ୍ଜନଗର  ବିଧାୟକ  ପ୍ରଦ୍ୟୁମ୍ନ ନାୟକ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅଧ୍ୟକ୍ଷକଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକଙ୍କ ଅଧକ୍ଷତାରେ  ବିଧାୟକ ମହାବିଦ୍ୟାଳୟର ସମସ୍ତ ଷ୍ଟାଫ ମାନଙ୍କ  ସମସ୍ୟ  ବିଷୟରେ ପଚାରି  ବୁଝିଥିଲେ । ମହାବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି କ୍ଷେତ୍ରରେ ବିଧାୟକଙ୍କ ସମ୍ପୂର୍ଣ ସହଯୋଗ ଥିବାରୁ ଅଧ୍ୟକ୍ଷ ଡ ମଲ୍ଲିକ ତାଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ। ଦୀର୍ଘଦିନ ଧରି ମ୍ୟାନେଜମଣ୍ଟ ଷ୍ଟାଫ ମାନଙ୍କର ଦରମା ବଢ଼ି ନଥିଲା କିନ୍ତୁ  ବିଧାୟକ ଶ୍ରୀ ନାୟକ ଓ କଲେଜ ପରିଚାଳନା କମିଟିର ସଭାପତିଙ୍କ ସହଯୋଗରେ ଅଧ୍ୟକ୍ଷ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କର୍ମଚାରୀଙ୍କ  ଦରମାକୁ ଦୁଇଗୁଣ କରାଇଲେ। ଗୁଣାତ୍ମକ ଶିକ୍ଷା  ଓ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ପାଖାପାଖି ୧୮ ଅସ୍ଥାୟୀ ଅଧ୍ୟାପିକା ଓ ୪ କର୍ମଚାରୀ ନିଯୁକ୍ତି ପାଇସାରିଛନ୍ତି। ସାବିତ୍ରୀ ମହିଳା ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ମିଳିବା ପାଇଁ  ବିଧାୟକଙ୍କ ପ୍ରତିଶ୍ରୁତି ଦେଇଥିଲେ । ମହାବିଦ୍ୟାଳୟର ର ସମ୍ପୁର୍ଣ୍ଣ ଉନ୍ନତି ରେ  ନିରନ୍ତର  ସହଯୋଗ ପାଇଁ ଉଭୟ ଷ୍ଟାଫ ଓ ଅଧ୍ୟକ୍ଷ  ମାନ୍ୟବର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୪---୮,୫୦ Sakhigopal News,6/11/2024

ads

Blog Archive

Popular Posts