ads

Breaking News

ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ଗ୍ରାମରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ


 


ସାକ୍ଷୀଗୋପାଳ --- ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ୮୯ତମ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ  ଓଡିଶା ପ୍ରଦେଶ ଗଠନର ଅନ୍ୟତମ ସାରଥୀ  ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ସତ୍ୟବାଦୀର ଐତିହ୍ୟ ସୁଆଣ୍ଡୋ ଗ୍ରାମ ସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠରେ ନୁତନ ଭାବେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସମାଜସେବୀ ତଥା ସାମ୍ବାଦିକ ଧିରେନ୍ଦ୍ର ନାଥ ଦାସ ଓ ରବିନ୍ଦ୍ର ନାଥ ଦାସଙ୍କ ସହିତ ବ୍ଳକର କର୍ମଚାରୀ ପ୍ରମୁଖ ଯୋଗ ଦ୍ୱୋଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ଷଠୀଘର, ପାର୍କ, ଓ ସଂଗ୍ରାହଳାୟକୁ ଅଧିକାରୀ ମାନେ ପରିଦର୍ଶନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୪---୭,୧୦   Sakhigopal News, 1/4/2024

ads

Blog Archive

Popular Posts