ads

Breaking News

ନୂତନ ଥାନା ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ



ଭଞ୍ଜନଗର-- ଭଞ୍ଜନଗର ତାରାସିଂ ଥାନାରେ ନୂତନ ଥାନାଧିକାରୀ ଭାବେ ବିଜୟ କୁମାର ସ୍ବାଇଁ ଯୋଗ ଦେଇଛନ୍ତି।ପୂର୍ବରୁ ଶ୍ରୀ ସ୍ବାଇଁ ଅନୁଗୁଳ ଜିଲ୍ଲାରୁ ଆସି ଛତ୍ରପୁର ଜିଲ୍ଲା ହେଡକ୍ବାଟରରେ ଯୋଗଦେଇଥିଲେ। ଏହାପରେ କିଛିଦିନ ପାଇଁ କବିସୂର୍ଯ୍ୟନଗର ଥାନାରେ ଆଡିସିନାଲ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାରାସିଂ ଅଞ୍ଚଳରେ ଆଗାମି ଦିନରେ ଟ୍ରାଫିକ ସମସ୍ୟା ଓ ସାଧାରଣ ନିର୍ବାଚନ ସମୟରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ତା ଉପରେ ଗୁରୁତ୍ବ ଦେବାକୁ ନୂତନ ଥାନା ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି। ପୂର୍ବରୁ ତାରାସିଂ ଥାନାରେ ଗତ କିଛି ମାସ ହେବ ଥାନାଧିକାରୀ ଭାବେ ଅଶ୍ବନି କୁମାର ଭିତ୍ରୀଆ କାର୍ଯ୍ୟତୁଲାଇଥିବା ବେଳେ ତାଙ୍କୁ ପୁଣି କବିସୂର୍ଯ୍ୟନଗର ଥାନାକୁ ଆଡିସିନାଲ ଥାନାଧିକାରୀ ଭାବେ ବଦଳି କରାଯାଇଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୨/୨୦୨୪ ----୧୦,୨୦  Sakhigopal News 

ads

Blog Archive

Popular Posts