ads

Breaking News

ସତ୍ଯବାଦୀ ବାଳିକା ଉଚ୍ଚବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସହିତ ଛାତ୍ରୀ ପୁରସ୍କୃତ ହେଲେ


    ସାକ୍ଷୀଗୋପାଳ ୪।୨ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀରେ ସତ୍ଯବାଦୀ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଦୁଇଟି ବର୍ଗରେ ( ଅକାଡେମିକ, ମେରିଟ କମ୍ ମିନିସ୍) ସଫଳତା ହାସଲ କରି ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ସେହିପରି ଜିଲା ସ୍ତରୀୟ ଶ୍ରେଷ୍ଠ ମାଧ୍ଯମିକ ଶିକ୍ଷା ପୁରସ୍କାର ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ ବିଦ୍ଯାଳୟ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ସାକ୍ଷୀଗୋପାଳ ପାଇଁ  ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସତ୍ଯବାଦୀ ବ୍ଲକର ଏକମାତ୍ର ବାଳିକା ଉଚ୍ଚ ବିଦ୍ଯାଳୟ ଶିକ୍ଷା, କ୍ରିଡା ତଥା ଅନ୍ଯାନ୍ଯ ଶୈକ୍ଷିକ କାର୍ଯକ୍ରମ ଗୁଡିକରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିଆସିଛି   । ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସିଆରସିସି ଓ ଅଭିଭାବକ ମାନେ ଏଥିପାଇଁ ଖୁସି ବ୍ଯକ୍ତ କରିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୨/୨୦୨୪-----୭,୫୦ Sakhigopal News,4/2/2024

ads

Blog Archive

Popular Posts