ads

Breaking News

ପଥରଗଣ୍ଡ ଗ୍ରାମରେ ଶ୍ରୀରାମ ମନ୍ଦିରରେ ବିଗ୍ରହ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି




ନୟାଗଡ ---- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଆସାହି ପଞ୍ଚାୟତର ପଥରଗଣ୍ଡ ଗ୍ରାମରେ ଗତ ଚାରି ଦିନ ଧରି ଚାଲିଥିବା ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବୁଧବାର ସନ୍ଧ୍ୟାରେ ଶେଷ  ହୋଇଯାଇଛି। ଅନୁଷ୍ଠିତ ଯଜ୍ଞର ପୂର୍ଣାହୁତି ଉତ୍ସବ ସହ ଶେଷ ହୋଇଛି। ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଉପସ୍ଥିତ ରହି ବିଗ୍ରହ ମାନଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ।ଦେଵନୀତି ଅନୁଯାୟୀ ନୂତନ ବିଗ୍ରହ ମାନଙ୍କୁ ଆସ୍ଥାନରେ ସ୍ଥାପନ କରାଯାଇଥିଲା।ବେଦମନ୍ତ୍ର ପାଠ ସାଙ୍ଗକୁ ହରିବୋଲ ହୁଳହୁଳି ଓ ନାମ ସଂକୀର୍ତ୍ତନ ଜୟ ଶ୍ରୀରାମଙ୍କ ଧ୍ୱନିରେ ପଥରଗଣ୍ଡ ଗ୍ରାମଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ସନ୍ଧ୍ୟା ସମୟରେ ଯଜ୍ଞର ପୂର୍ଣାହୁତି ଉତ୍ସବ ହୋଇଥିଲା।ଖଣ୍ଡପଡ଼ା ରାଜା ବିଭୁତି ଭୂଷଣ ସିଂହ ମର୍ଦରାଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମନ୍ଦିର ପ୍ରତିଷ୍ଠାର ଅନ୍ତିମ ଦିବସରେ ଯୋଗ ଦେଇ ବିଗ୍ରହ ମାନଙ୍କୁ ଦର୍ଶନ କରିବା ସହ ଗ୍ରାମ ବାସୀଙ୍କୁ ଉତ୍ସାହିତକରିଥିଲେ। ପଥରଗଣ୍ଡ ଗ୍ରାମବାସୀଙ୍କ ଆର୍ଥିକ ସହାୟତା ଓ ସହଯୋଗରେ ପ୍ରଭୁ ଶ୍ରୀରାମଙ୍କର ଏହି ନୂତନ ମନ୍ଦିର ନିର୍ମାଣ କରାଯାଇଥିବା ଜଣା ପଡ଼ିଛି।ଏହି ଅବସରରେ ପୌରାଣିକ ନାଟକ ରାମଜନ୍ମ ମଞ୍ଚସ୍ଥ ହୋଇଥିଲା।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୨/୨୦୨୪---୮,୫୫ Sakhigopal News,1/2/2024

ads

Blog Archive

Popular Posts