୨୨ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ; ବିଶ୍ୱନାଥପୁର ଭଲିବଲ କ୍ଳବ ଚମ୍ପିୟାନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ମା ଜାଗେଶ୍ୱରୀ ଭଲିବଲ କ୍ଳବ ଆନୁକୂଳ୍ୟରେ ୨୨ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅଳଗୁମ ବେଡା ଉପର ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟମରୁ ଫାଇନାଲ ମ୍ୟାଚ ବିଶ୍ୱନାଥପୁର ଓ ଶ୍ରୀରାମଚନ୍ଦ୍ରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ବିଶ୍ୱିନାଥପୁର ଦଳ ୨-୦ରେ ଶ୍ରୀରାମଚନ୍ଦ୍ରପୁର ଦଳକୁ ହରାଇ ଏ ବର୍ଷର ଚମ୍ପିୟାନ ଆଖ୍ୟ ହାସଲ କରିଥିଲେ । ମ୍ୟାଚ ପରିଚାଳନା କରିଥିଲେ କାର୍ତ୍ତୀକ ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ ଓ ବଂଶୀଧର । ଅତିଥି ଭାବେ ସରପଞ୍ଚ ସରସ୍ୱତୀ ବିଶ୍ୱାଳ, ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସହିତ ସମାଜସେବୀ ଯଯାତି କେଶରୀ ରାୟ, ଧିରେନ୍ଦ୍ର କୁମାର ଜେନା, ଉର୍ମିଳା ବିଶ୍ବାଳ, ରୁନି ଦିକ୍ଷୀତି, ବିଷ୍ଣୁପ୍ରସାଦ କର ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ କପ ସହିତ ୩ହଜାର ଟଙ୍କା ଓ ରନସଅଫ ଦଳକୁ ୨ ହଜାର ଟଙ୍କା ଓକପ ପ୍ରଦାନ କରିଥିଲେ । ଏହି ମ୍ୟାଚର ଆୟୋଜକ ଥିଲେ ଆଲୋକ ବିଶ୍ୱାଳ, ଅବକାଶ ବିଶ୍ୱାଳ, ବାପୁ ମହାନ୍ତି, ଦେବ ପ୍ରସାଦ ବିଶ୍ୱାଳ, ସତ୍ୟବ୍ରତ ସାହୁ, ସନ୍ଦପ କୁମାର ବିଶ୍ୱାଳ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୪--୮,୧୦ Sakhigopal News,19/2/2024


.jpg)

