ads

Breaking News

ଆରଡିସି ଏନସିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ



ଭଞ୍ଜନଗର- ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ଅନୁଷ୍ଟିତ ଆର ଡି ସି 
 ପ୍ୟାରେଡ୍ ରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ ସି ସି କ୍ୟାଡେଟ ମାନେ ଭାଗ ନେବାର ସୁଯୋଗ ପାଉଛନ୍ତି। ଛାତ୍ରୀ ଛାତ୍ର ମାନଙ୍କ କଠିନ ପରିଶ୍ରମ ଏବଂ କଲେଜ ଏନ୍ ସି ସି ଆର୍ମୀ ଅଫିସର୍ ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ ଙ୍କ ଉପଯୁକ୍ତ ପ୍ରେରଣା ଯୋଗୁ କ୍ୟାଡେଟ ମାନଙ୍କୁ ଏହି ସଫଳତା ମିଳୁଛି। ଏହିଭଳି ଚଳିତ ବର୍ଷ ୨ ଜଣ ଛାତ୍ର ରୋଷନ କୁମାର ଡାଙ୍ଗୁଆ , ବିବେକ ଅଶ୍ଵିନୀ ବାରିକ ଉକ୍ତ ସୁଯୋଗ ପାଇଥିଲେ। ଛାତ୍ର ଦ୍ବୟ ଦିଲ୍ଲୀରୁ ଫେରି କଲେଜରେ ପହଁଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଶେଷ ମୁହୂର୍ତ୍ତରେ ଆର ଡି ସି ପ୍ୟାରେଡ ରୁ ବାଦ୍ ପଡ଼ିଥିବା ବିବେକ ନାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଭାରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଯୋଗ ଦେଇ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏନ୍ ସି ସି ଶାଖା ଆମ କଲେଜ ପାଇଁ ସର୍ବଦା ଗୌରବ ଆଣିଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ ଙ୍କ ସମେତ ନାଭାଲ ଅଫିସର ଡ ରବୀନ୍ଦ୍ର ମିଶ୍ର, ପ୍ରଧ୍ୟାପକ ବିଭାସ ଦାସ, ହର ପ୍ରସାଦ ଶତପଥୀ,ପ୍ରଧ୍ୟାପିକା ଆରତୀ ବାଳା ପ୍ରଧାନ, ଅଧ୍ୟାପକ ସୁନିଲ ଦାସ,ସନାତନ ବେହେରା, ହର ମୋହନ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୪---୭,୨୫ Sakhigopal News,15/2/2024

ads

Blog Archive

Popular Posts