ads

Breaking News

ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ


ବରଗଡ଼ ---- ବରଗଡ ଜିଲ୍ଲା ପଁରାପାଟ ମନ୍ଦିର ନିକଟରେ ବରଗଡ ମାଧ୍ୟମିକ ତାଲିମ ବିଦ୍ୟାଳୟ ର ୧୯୮୦ ରୁ ୮୨ ଶିକ୍ଷା ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ପୁରାତନ ଛାତ୍ରଛାତ୍ରୀ ମାନେ ସପତ୍ନିକ ସହିତ ଯୋଗ ଦେଇଥିଲେ ।ଏଥିରେ ହୃଷୀକେଶ ବେହେରା ସଭାପତିତ୍ବ କରି ଥିବାବେଳେ ସମ୍ପାଦନ ମୁଦୁରିଆ ପ୍ରଧାନ,  ସଦସ୍ୟ ଦୈତାରୀ ବାରିକ, ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୋଦ ହୋତା ମଞ୍ଚାସନ ଥିଲେ । ଅଭିମନ୍ୟୁ ବାରିକ ସ୍ଵାଗତ ଭାଷଣ ଦେଇଥିବା ବେଳେ ତେଜରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।  ବନ୍ଧୁ ମିଳନ ବନ୍ଧୁତାର ଦୃଢୀକରଣ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୨/୨୦୨୪-----୮,୪୫ Sakhigopal News,27/2/2024

ads

Blog Archive

Popular Posts